କନକ ବ୍ୟୁରୋ : ୨୦୧୯ ପାଇଁ ଆରମ୍ଭ ହୋଇଯାଇଛି କାଣଣ୍ଟଡାଉନ୍ । ପ୍ରଚାର ମଇଦାନକୁ ଓଲହାଇଲେଣି ବିଭିନ୍ନ ଦଳର ଷ୍ଟାର ପ୍ରଚାରକ । ରାଜନୀତି ପାଣିପାଗ ଏବେ ସରଗରମ । ସମସ୍ତ ରାଜନେତାମାନେ ନିର୍ବାଚନୀ ରଣନୀତି ପ୍ରସ୍ତୁତି କରିସାରିଛନ୍ତି । ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଏବେ ସରଗରମ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଭରୁଛନ୍ତି ନେତା । ସୁନ୍ଦରଗଡ଼ ପାଇଁ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିବା ଜୁଏଲ ଓରାମ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ କରିବା ପୂର୍ବରୁ ସମଲେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ଜୁଏଲ ଓରାମ୍ ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୧୪ ପରି ୨୦୧୯ରେ ମଧ୍ୟ ଫଳାଫଳର ପୁନରାବୃତ୍ତି ଘଟିବ। ଚଳିତ ବର୍ଷ ନିର୍ବାଚନରେ ଅଧିକ ଭୋଟ ହାତେଇବେ ବୋଲି ମଧ୍ୟ ଦୃଢ଼ୋକ୍ତି କରିଛନ୍ତି ଜୁଏଲ । ସେ କହିଛନ୍ତି ମୁଁ ଲୋକଙ୍କ ପାଇଁ କାମ କରିଛି । ଲୋକଙ୍କର ସେବା କରିଛି । ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବି । ଲୋକେ ମୋତେ ପୁଣି ଥରେ ଭୋଟ ଦେଇ ଜିତାଇବେ ।
ସୂଚନାଯୋଗ୍ୟ ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ ଅପ୍ରେଲ ୧୮ ତାରିଖରେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ । ୨୦୧୪ରେ ରାଜ୍ୟର ଏକମାତ୍ର ସାସଂଦ ଭାବେ ମୋଦି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ ଜୁଏଲ ଓରାମ୍ । ୨୦୧୯ ନିର୍ବାଚନରେ ଜୁଏଲ ଓରାମଙ୍କୁ ଟକ୍କର ଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ତଥା ବର୍ତ୍ତମାନର ବିଜେଡ଼ି ପ୍ରାର୍ଥୀ ସୁନୀତା ବିଶ୍ୱାଳ ଓ ବୀରମିତ୍ରପୁର ବିଧାୟକ ତଥା କଂଗ୍ରେସ ନେତା ଜର୍ଜ ତିର୍କୀ । ତେବେ ଫଳାଫଳ ଆସିବା ପରେ ଜଣାପଡ଼ିବ କିଏ ହେବ ସୁନ୍ଦରଗଡ଼ର ରାଜା ।