ଦିଲ୍ଲୀପ ରାୟ ବିଜେପି ଛାଡିବା ନେଇ ସଙ୍କେତ ଦେବାପରେ ପ୍ରତିକ୍ରିୟା ରଖିଲେ ଜୁଏଲ ଓରାମ : କହିଲେ କ୍ଷତି ହେବ, ହେଲେ ଭରଣା ବି ହେବ

Advertisment

କନକ ବ୍ୟୁରୋ : ବିଜେପିରେ ଅପରାଜିତାଙ୍କ ଯୋଗଦାନ ଦଳକୁ ଯେତିକି ଉତ୍ସାହିତ କରିଛି, ବିଜେପିଠୁ ଦିଲ୍ଲୀପ ଦୂରେଇ ଯିବା ନେଇ ଦେଇଥିବା ଇସାରା ଦଳକୁ ସେତିକି ବଡ ଝଟକା ଦେଇଛି । ବ୍ରାହ୍ମଣୀ ଉପରେ ଦ୍ୱିତୀୟ ପୋଲ ଏବଂ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କାମକୁ ନେଇ ଅସନ୍ତୁଷ୍ଟ ଥିବା ଦିଲ୍ଲୀପ ରାୟ, ବିଧାୟକ ପଦ ଛାଡିବା ପାଇଁ ଖୋଲାଖୋଲି ଇସାରା ଦେଇଛନ୍ତି । ହେଲେ ବିଧାୟକଙ୍କ ଯୁକ୍ତି ସତ୍ୟ ନୁହେଁ ବରଂ ଦଳ ଛାଡିବା ପଛରେ ଆଉ କିଛି କାରଣ ରହିଥିବା କହିଛନ୍ତି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

juel oram on bjd

ରାଉରକେଲା ବିଧାୟକ ଆଣିଥିବା ଅଭିଯୋଗକୁ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ସିଧାସଳଖ ଖଣ୍ଡନ କରିଥିବା ବେଳେ ଦଳ କିମ୍ବା ପଦଠୁ ଦୂରେଇ ଯିବା ପ୍ରସଙ୍ଗରେ ଆଉ କିଛି କାରଣ ଥାଇପାରେ ବୋଲି କହିଛନ୍ତି ଜୁଏଲ ଓରାମ । ଉଭୟ ଆଇଜିଏଚ୍ ଏବଂ ବ୍ରାହ୍ମଣୀ ପୋଲ କାମ ସୁରୁଖୁରରେ ଚାଲିଛି । କିନ୍ତୁ ଜଳ, ଜଙ୍ଗଲ ଓ ଜମି ଯୋଗୁଁ କିଛି ଲୋକ ଜାଣିଶୁଣି ବିଳମ୍ବ କରୁଛନ୍ତି । ହେଲେ କାମ ହେଉ ନାହିଁ କହିବା ଠିକ୍ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । କିନ୍ତୁ ଦୁଇ ଦିନ ତଳେ ଠିକ୍ ଓଟଲା କଥା କହିଥିଲେ ଦିଲ୍ଲୀପ ।

publive-image

ଏପଟେ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ ନେଇ ୱାର୍କ ଅଡର ହୋଇଛି, କିଛି ବିଭାଗର କାମ ଛାତ ପଡ଼ିବା ଯାଏଁ ଗଲାଣି । ଏପଟେ ଆଡ଼ମିନିଷ୍ଟ୍ରେଟିଭ୍ ବିଲ୍ଡିଂ ଓ ଟିଚିଂ ବ୍ଲକ୍ କାମ ଚାଲିଥିବା କେନ୍ଦ୍ରମନ୍ତ୍ରୀ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦିଲ୍ଲୀପଙ୍କ ଅଭିଯୋଗ ଏବଂ ଜୁଏଲଙ୍କ ସ୍ପଷ୍ଟୀକରଣ ଭିତରେ କିନ୍ତୁ ସୁନ୍ଦରଗଡ଼ ରାଜନୀତି ଏକ ଭିନ୍ନ ମୋଡ ନେଉଛି । କାରଣ ୨୦୧୪ ନିର୍ବାଚନରେ ଦିଲ୍ଲୀପ, ବିଜେପି ପାଇଁ ରାଉରକେଲାରେ ଏକ ବିପୁଳ ବିଜୟ ଆଣି ଦେଇଥିଲେ । ଆଉ ଯଦି ଦିଲ୍ଲୀପ ବିଜେପିର ହାତ ଛାଡନ୍ତି, ତେବେ ୨୦୧୯ରେ ରାଉରକେଲା ରାଜନୀତି ନିଶ୍ଚିତ ଭାବରେ ଏକ ରୋଚକ ମୋଡରେ ପହଂଚିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe