ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ : ଆସନ୍ତା ୨୦ ତାରିଖରେ ଜେପି ନଡ୍ଡାଙ୍କୁ ଦାୟିତ୍ୱ ମିଳିବା ନେଇ ଏକ ପ୍ରକାର ଚୂଡାନ୍ତ 

119

କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ୨୦ ତାରିଖରେ ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ବର୍ତ୍ତମାନର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ଜେପି ନଡ୍ଡାଙ୍କୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ କରାଯିବା ଏକ ପ୍ରକାର ସ୍ଥିର ହୋଇ ସାରିଛି । ଦଳୀୟ ନିର୍ବାଚନ ନେଇ ସୂଚନା ଦେଇଛନ୍ତି ବିଜେପିର ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ବରିଷ୍ଠ ନେତା ରାଧାମୋହନ ସିଂ ।  ଆସନ୍ତା ୨୦ ତାରିଖରେ ସକାଳେ ନାମାଙ୍କନ ପତ୍ର ଦାଖଳ ହେବାକୁ ଥିବା ବେଳେ ନଡ୍ଡାଙ୍କୁ ନିଦ୍ୱର୍ନ୍ଦ୍ୱରେ ବିଜୟୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ତେବେ ଜେପି ନଡ୍ଡାଙ୍କ ନାଁ ସେହି ଦିନ ହିଁ ରାଷ୍ଟ୍ରୀୟ ସଭାପତି ଭାବେ ଘୋଷଣା ହେବ ବୋଲି ସୂଚନା ମିଳିଛି । ସେ ବର୍ତ୍ତମାନର ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ । ହିମାଚଳ ପ୍ରଦେଶର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ୨୦୧୯ରେ ବିଜେପିର ଦମ୍ଦାର ବିଜୟ ପରେ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ । ରାଜ୍ୟ ସଭାପତି, ରାଷ୍ଟ୍ରୀୟ ମହାସଚିବ ଆଦି ସାଂଗଠନିକ ପଦରେ ରହି ଆସିଥିବା ବିଜେପିର ବରିଷ୍ଠ ନେତା ଜେପି ନଡ୍ଡା, ଆସନ୍ତା ୨୦ରେ ଦଳର ମୁଖ୍ୟ କାର୍ଯ୍ୟାଳୟର ଦାୟିତ୍ୱ ଗ୍ରହଣ କରିବେ ।