ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ : ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ବ୍ଲକ ବାଲେଶ୍ୱର ବାଲିଆପାଳ ପ୍ରତିନିଧି ଗୁରୁତର

41

କନକ ବ୍ୟୁରୋ : ସାମ୍ବାଦିକଙ୍କୁ ଖଣ୍ଡା ଚୋଟ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଛକରେ ପ୍ରମେୟ ଖବର କାଗଜର ପ୍ରତିନିଧି ରାଧାକୃଷ୍ଣ ସାହୁଙ୍କୁ ଆକ୍ରମଣ ହୋଇଛି । ୨ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଖଣ୍ଡା ଚୋଟରେ ରାଧାକୃଷ୍ଣଙ୍କ ହାତ ଓ ଜଙ୍ଘରେ ଗଭୀର କ୍ଷତ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନ ଅନୁସାରେ ଆଜି ସକାଳେ ବସରୁ ପ୍ରମେୟ ଖବର କାଗଜ ଆଣୁଥିବା ବେଳେ ଦୁଇ ଜଣ ଦୁର୍ବୃତ ମଟରସାଇକେଲରେ ଆସି ତାଙ୍କୁ ପଛପଟୁ ଖଣ୍ଡାରେ ହାଣିଦେଇଥିଲେ । ତେବେ ଦୁର୍ବୃତମାନେ କାହଁକି ଓ କେଉଁ କାରଣ ଯୋଗୁଁ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି, ତାହା ଜଣାପଡ଼ିନାହିଁ । ତେବେ ସାମ୍ବାଦିକଙ୍କୁ ଆକ୍ରମଣ ବିରୋଧରେ ଲୋକାମାନେ ବାଲିଆପାଳ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଖୁବ ଗୁରୁତର ଅଛନ୍ତି ରାଧାକୃଷ୍ଣ । ଯେଉଁ ୪ଟି ଅଙ୍ଗୁଳି ତାଙ୍କର କଟିଯାଇଛି ତାହା ଆଉ ଯୋଡ଼ି ହେବ କି ନାହିଁ ବୋଲି ଆଶଙ୍କା ସୃଷ୍ଟି ହେଉଛି ।