ଭବାନୀପାଟଣାରେ ଭୋଟ୍ ମାଗିଲେ ଯୋଗୀ ! ଉଠାଇଲେ ଟଙ୍କିକିଆ ଚାଉଳ ଓ ପକ୍କା ଘର ପ୍ରସଙ୍ଗ, ବିଜେପିକୁ ସୁଯୋଗ ଦେବାକୁ ଆହ୍ୱାନ

206

କନକ ବ୍ୟୁରୋ : କଳାହାଣ୍ଡିର ୟୁପି ବିଜେପିର ଷ୍ଟାର ପ୍ରଚାରକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବୁଥ ସ୍ତରୀୟ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏଠାରେ ପ୍ରଥମେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଦାଞ୍ଜଳି ଜଣାଇଛନ୍ତି । ଯବାନଙ୍କ ଉଦ୍ଦେଶ୍ୟରେ ଯୋଗୀ କହିଛନ୍ତି ଦେଶର ସୀମାରେ ବାହାଦୁର ଯବାନ ମାନେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଉଛନ୍ତି ।

ବୁଥସ୍ତରୀୟ କର୍ମୀ ସମାବେଶରେ ପାକିସ୍ତାନକୁ କଡା ତାଗିଦ କରିଛନ୍ତି ଯୋଗୀ ଆଦିତ୍ୟନାଥ । କାଶ୍ମୀରରେ ଭାରତ ବିରୋଧରେ ବନ୍ଧୁକ ଉଠିଲେ ମୃତ୍ୟୁଦଣ୍ଡ ଦିଆଯିବ । ଗୁଳିର ଜବାବ ଗୁଳିରେ ଦିଆଯିବ । ପାକିସ୍ତାନ ଉପରେ ବି ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ ।ଆତଙ୍କବାଦୀମାନେ ଭାରତର ନାଗରିକ ସହ ଖେଳ ଖେଳୁଛନ୍ତି ।  ଏହାର ଜବାବ କେବଳ ମୋଦି ସରକାର ଦେଇପାରିବେ ବୋଲି ଲୋକେ ଆଶା କରିଛନ୍ତି । କାଶ୍ମୀରରେ ଶାନ୍ତି ପାଇଁ ଉଦ୍ୟମ କରୁଛି ସେନା । ଆଜି ପାକିସ୍ତାନ ଓ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଭାରତକୁ ଡରୁଛନ୍ତି । ତେବେ ଆତଙ୍କବାଦ ବିରୋଧରେ ସମସ୍ତେ ମିଳିତ ଭାବେ ଲଢ଼େଇ କରିବା ଦରକାର ।

ଯୋଗୀ କହିଛନ୍ତି ସାଢ଼େ ଚାରି ବର୍ଷରେ ମୋଦି ସରକାର ବିନା ଭେଦଭାବରେ କାମ କରିଛନ୍ତି । ଭାରତ ଗାଁ, କିଷାନ, ମହିିଳା, ଯୁବକଙ୍କ ପାଇଁ ଭେଦଭାବ ନକରି କାମ କରିଛନ୍ତି ମୋଦି ସରକାର । ଗାଁ, ଗରିବ, ସମାଜର ହିତ ପାଇଁ କାମ କରିଛନ୍ତି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର । ଏହା ବ୍ୟତୀତକଂଗ୍ରେସ ମୁକ୍ତ ଭାରତ ହେବା ଉଚିତ । ସଭାରେ କାଳିଆ ଯୋଜନାର ସମାଲୋଚନା କରିଛନ୍ତି ଯୋଗୀ ଆଦିତ୍ୟନାଥ ।

ନବୀନ ସରକାର ୧୯ ବର୍ଷ ଶାସନ କାଳରେ ମାତ୍ର ୧୭ ଲକ୍ଷ ଘର ତିଆରି କରିଛନ୍ତି । ମାତ୍ର ୟୁପିରେ ୨ ବର୍ଷରେ ୨୦ ଲକ୍ଷ ଲୋକଙ୍କୁ ଆବାସ ଯୋଗାଇନ୍ତି ସରକାର । ୧୯୪୭ରୁ ୨୦୧୪ ପର୍ଯ୍ୟନ୍ତ ପୁରା ଦେଶରେ ୧୨ କୋଟିର ଏଲପିଜି କନେକ୍ସନ ହୋଇଥିଲା । କିନ୍ତୁ ୨୦୧୪ ରୁ ୨୦୧୮ ମଧ୍ୟରେ ମୋଦି ସରକାରଙ୍କ କାର୍ଯ୍ୟକାଳରେ ୧୨ କୋଟି ଲୋକଙ୍କୁ ଏଲପିଜି କନେକ୍ସନ ଦିଆଯାଇଛି । ସେଥିରୁ ୬ କୋଟି ଲୋକଙ୍କୁ ମାଗଣା କନେକ୍ସନ ଦିଆଯାଇଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଅନେକ ସୁବିଧା କରିଛନ୍ତି ସରକାର ।

ପିଏମ କିଷାନକୁ ଏକ ବର୍ଷରେ ୬୦୦୦ ଟଙ୍କା ଦେବେ । ଏହା କିଷାନଙ୍କୁ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ । ପ୍ରତି ୪ ମାସରେ ୨-୨ ହଜାର ଟଙ୍କ ପାଇବେ କୃଷକ । ଲୋକକଲ୍ୟାଣ ପାଇଁ ସମର୍ପତି ମୋଦି ସରକାର । ଓଡ଼ିଶା ସରକାରଙ୍କ ଯୋଜନାର ସ୍ଥାୟୀତ୍ୱ ଯୋଜନା ନାହିଁ । ଯୋଜନା ଆସିବାବେଳୁ ଦୁର୍ନୀତିରେ ଚାପି ହୋଇଯାଇଛି ।  ଟଙ୍କିକିଆ ଚାଉଳ ନେଇ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ । କେନ୍ଦ୍ର ସରକାର ଚାଉଳ ପାଇଁ ଅଧିକ ଟଙ୍କା ଦେଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏହାର ବାହାବା ନେଉଛନ୍ତି । ଟଙ୍କିକିଆ ଚାଉଳରେ ରାଜ୍ୟ ସରକାରଙ୍କର ଅନୁଦାନ ମାତ୍ର ୧ ଟଙ୍କା । ଅନ୍ୟପଟେ ଏକତିରିଶ ଟଙ୍କାରୁ ୨୯ ଟଙ୍କା ଦେଉଛି କେନ୍ଦ୍ର । ଓଡ଼ିଶା ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ କରିବା ପାଇଁ ପଡ଼ିବ । ଏଥିପାଇଁ ବୁଥକୁ ପରିବର୍ତ୍ତନ କରିବା ପାଇଁ ପଡ଼ିବ ।

ପଂଚାୟତ ଶାନଦାର ପ୍ରଦର୍ଶନ କରିଥିଲା ବିଜେପି । ବିଧାନସଭା ଓ ଲୋକସଭାରେ ମଧ୍ୟ ଭଲ ପ୍ରଦର୍ଶନ କରିବ । କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଆସିବା ଦରକାର । ପୁଣି ଥିରେ ମୋଦି ସରକାର ଆସିବା ପାଇଁ ସମସ୍ତେ ସଙ୍କଳ୍ପ ନେବା ଉଚିତ । ୨୦୧୯ରେ ନିର୍ବାଚନ ସମସ୍ତେ ମିଳିତ ଭାବେ ଓଡ଼ିଶାରେ ବିଜେପିକୁ ଜିତାଇବାକୁ ସଙ୍କଳ୍ପ ନେବା ଦରକା । ଏହାଦ୍ୱାରା କେନ୍ଦ୍ର ଓ ରାଜ୍ୟରେ ଯୋଜାନକୁ ଭରପୁର ଲାଭ ମଳିବ । ମୋଦିଙ୍କ ନ୍ୟୁ ଇଣ୍ଡିଆ ପରିକଳ୍ପନାକୁ ସାକାର ହୋଇପାରିବ । ଭ୍ରଷ୍ଟାଚାର , ଅରାଜକତା, ଆତଙ୍କବାଦ ଉପରେ ରୋକ ଲଗାଇବା ସହ ବକାଶ ଓ ସୁଶାସନ ପୁନଃସ୍ଥାପନ କରିବା ପାଇଁ ସାହାଯ୍ୟ କରିବ ନ୍ୟୁ ଇଣ୍ଡିଆ । ଆମକୁ ଏଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ଦରକାର । ଆମ ସମସ୍ତଙ୍କୁ ମିଳିତ ଭାବେ ଆଗକୁ ବଢ଼ିବା ପାଇଁ ପଡ଼ିବ ।