ରାଜରାସ୍ତାରେ ଜେଏନୟୁ ଲଢେଇ : ମଣ୍ଡି ହାଉସରୁ ଜନ୍ତରମନ୍ତର ଯାଏ ଛାତ୍ରଛାତ୍ରୀଙ୍କ ପଦଯାତ୍ରା, କୁଳପତିଙ୍କୁ ହଟାଇବା ଓ ଫିବୃଦ୍ଧି ପ୍ରତ୍ୟାହାର ଦାବି

223

କନକ ବ୍ୟୁରୋ : ରାଜରାସ୍ତାରେ ପହଞ୍ଚିଲା ଜେଏନୟୁ ଲଢେଇ ।  ହିଂସାର ପ୍ରତିବାଦ, ଫି ବୃଦ୍ଧି ପ୍ରତ୍ୟାହାର ଓ  କୁଳପତିଙ୍କୁ ହଟାଇବା ଦାବିରେ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର  ଛାତ୍ରଛାତ୍ରୀ ଓ ଶିକ୍ଷକ ପଦଯାତ୍ରା ଆରମ୍ଭ କରିଛନ୍ତି । ଏଥିପାଇଁ ପ୍ରଶାସନ ଅନୁମତି ଦେଇନଥିଲେ ବି ନିଜ ଜିଦରେ ଛାତ୍ରଛାତ୍ରୀ ଅଟଳ ଅଛନ୍ତି । ଏହାକୁ ନେଇ ବିଶ୍ୱବିଦ୍ୟାଳୟରେ ଗେଟ୍ ବାହାରେ ପୋଲିସ ଓ ଛାତ୍ର ମୁହାଁମୁହିଁ ହୋଇଛନ୍ତି ।

ପରିସ୍ଥିତିକୁ ଦୃଷ୍ଟିରେ ରଖି  କ୍ୟାମ୍ପସ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ୫ ଶହରୁ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ଛାତ୍ର ଓ ଶିକ୍ଷକଙ୍କ ପଦଯାତ୍ରା ମଣ୍ଡିହାଉସରୁ ଶାସ୍ତ୍ରୀଭବନ ଯାଏଁ ଯିବ ।  ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣ୍ଡି ହାଉସରେ ୧୪୪ ଧାରା ଜାରି କରାଯାଇଛି ।