କାଶ୍ମୀରର ସୋପିଆରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଏନକାଉଣ୍ଟଟରରେ ହିଜବୁଲର ୩ ଆତଙ୍କବାଦୀ ସଫା, ସ୍ଥାନୀୟ ଅଂଚଳରେ ଲୁଚିରହିଥିବା ଖବର ପରେ ଚାଲିଥିଲା ବଡ ଅପରେସନ

171

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ପୁଣି ଏନକାଉଣ୍ଟର । ସୋପିଆନ୍ ଅଂଚଳରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ଆତଙ୍କୀ । ସୋପିଆନ୍ ରେ ରାଷ୍ଟ୍ରୀୟ ରାଇଫଲସ୍ ସେନା କ୍ୟାମ୍ପ ଠାରୁ ମାତ୍ର ୪୦୦ରୁ ୫୦୦ ମିଟର ଦୂରତାରେ ଘଟିଛି ଏପରି ଏନକାଉଁଟର । ମୃତ ୩ ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ଏକେ ୪୭ ବନ୍ଧୁକ ଏବଂ ଇନସାସ୍ ରାଇଫଲ ଜବତ ହୋଇଛି ।

ଆଜି ସକାଳେ ସୋପିଆନ୍ ଅଂଚଳର ତୁର୍କୁୱାଗନ ଗାଁ ନିକଟରେ ସେନା ଆରମ୍ଭ କରିଛି ବଡ ଧରଣର ସର୍ଚ ଅପରେସନ୍ । ଗତ ୧୦ ଦିନମଧ୍ୟରେ ଜାମ୍ମୁକାଶ୍ମୀରରେ ଏହା ଚତୁର୍ଥ ଏନକାଉଁଟର । ଦକ୍ଷିଣ ସୋପିଆନ୍ ଜିଲ୍ଲାରେ ନିକଟରେ ହୋଇଥିବା ଏନକାଉଁଟରରେ ୧୯ ଆତଙ୍କବାଦୀ ନିପାତ ହୋଇଥିଲେ । ସୋପିଆନ୍ ରେ ଥିବା ରାଷ୍ଟ୍ରୀୟ ରାଇଫଲସ ସେନା କ୍ୟାମ୍ପ ନିକଟରେ ଆତଙ୍କବାଦୀଙ୍କ ଗତିବିଧି ସୂଚନା ମିଳିବା ପରେ ପରେ ପୁରା ଅଂଚଳକୁ ସିଲ୍ କରି ସର୍ଚ ଅପରେସନ ଜାରି ରହିଛି ।

ସେପଟେ ଟାଙ୍ଗଧର ସେକ୍ଟରରେ ପାକିସ୍ତାନ ବଡି ଭୋରରେ ଅସ୍ତ୍ରବିରତି ଉଲଂଘନ କରିଛି । ଭାରତୀୟ ସେନା ଏହାର କଡା ଜବାବ ଦେଇଛି ।