କନକ ବ୍ୟୁରୋ : ରବିବାର ବିଳମ୍ବିତ ସନ୍ଧ୍ୟାରେ ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ କାକପୋରାରେ ଥିବା ସେନାବହିନୀର ୫୦ ରାଷ୍ଟ୍ରୀୟ ରାଇଫଲ୍ସ୍ କ୍ୟାମ୍ପ୍ରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ଜଣେ ସାଧାରଣ ନାଗରିକ ଓ ଜଣେ ସୈନିକଙ୍କର ଦେହାନ୍ତ ହୋଇଛି । ପୁଲିସ କହିଛି, ବିଲାଲ୍ ଅହମଦ୍ ଗନିଆ ନାମକ ଜଣେ ସୁମୋ ଡ୍ରାଇଭର୍ ଗୁଳିବିନିମୟ ସମୟରେ ସାଙ୍ଘାତିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଆତଙ୍କବାଦୀମାନେ କ୍ୟାମ୍ପ୍ ଉପରେ ଆକ୍ରମଣ କରିବାରୁ ସୈନିକମାନେ ପାଲଟା ଗୁଳି ଚାଳନା କରିଥିଲେ ।
ଦକ୍ଷିଣ କଶ୍ମୀରର କାକପୋରାରେ ଥିବା ସେନାବହିନୀ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ! ଜଣେ ସାଧାରଣ ନାଗରିକ ଓ ଜଣେ ସୈନିକଙ୍କ ମୃତ

Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/shoot_jk20150823_600_855.jpg)