ଗ୍ରାହକଙ୍କ ସୁବିଧା ପାଇଁ ଜିଓ ଉପସ୍ଥାପନ କଲା ନୂଆ ଡାଟାପ୍ୟାକ୍ ! ୧୦୧ ଟଙ୍କିଆ ପ୍ୟାକରେ ପ୍ରତିଦିନ ମିଳିବ ୨ ଜିବି ଡାଟା

44

ଚଳିତ ଆଇପିଏଲ ସିଜିନ ଆରମ୍ଭ ହେବା ବେଳେ ରିଲାଏନ୍ସ ଜିଓ ପକ୍ଷରୁ ଏକ ସ୍ୱତନ୍ତ୍ର ଆଇପିଏଲ ପ୍ୟାକ୍‌ ଆରମ୍ଭ କରାଯାଇଥିଲା । ଯାହାର ମୂଲ୍ୟ ଥିବା ୨୫୧ ଟଙ୍କା । ଏବେ ଆଇପିଏଲ ଶେଷ ହେବାକୁ ଯାଉଛି, ଆଉ ମାତ୍ର ଦୁଇଟି ମ୍ୟାଚ ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଓ ଏକ ସ୍ୱତନ୍ତ୍ର କପ୍ଲିମେଣ୍ଟାରୀ ପ୍ୟାକ ଛାଡିଛି । ଏହାର ମୂଲ୍ୟ ରହିଛି ୧୦୧ ଟଙ୍କା । ଏହି ପ୍ୟାକର ବୈଧତା ମାତ୍ର ୪ ଦିନ । ଦିନକୁ ମିଳିବ ୨ ଜିବି ୪ଜି ଡାଟା । ୪ ଦିନ ପାଇଁ ମୋଟ ୮ ଜିବି ଡାଟା ମିଳିବ । ତେବେ ଏହା ଏକ ଆଡ-ଅନ ପ୍ୟାକ ହୋଇଥିବାରୁ ଏଥିରେ କଲିଂ ବା ଏସଏମଏସ ସୁବିଧା ମିଳିବ ନାହିଁ । ଗ୍ରାହକମାନେ ମାଇଜିଓ ଆପକୁ ଯାଇ ଏହି ପ୍ୟାକକୁ ରିଚାର୍ଜ କରିପାରିବେ ।

reliancejio
image courtesy – http://zeenews.india.com

ସୂଚନାଯୋଗ୍ୟ ଯେ ଆଇପିଏଲ ଆରମ୍ଭ ସମୟରେ ଜିଓ କ୍ରିକେଟ୍‌ ସିଜନ୍‌ ପ୍ୟାକ୍‌ ଆରମ୍ଭ କରିଥିଲା । ଗ୍ରାହକମାନେ ୨୫୧ ଟଙ୍କାର ପ୍ୟାକ୍‌ରେ ୧୦୨ ଜିବି ଡାଟା ପାଇପାରିବେ। ଏହାର ବୈଧତା ମଧ୍ୟ ୫୧ ଦିନ ରହିଥିଲା । ଏହି ସମୟ ସୀମା ଭିତରେ ଜିଓ ଗ୍ରାହକମାନେ ପୁରା କ୍ରିକେଟ୍‌ ସିଜନ୍‌ର ସବୁ ମଜା ନେଇପାରିବେ। ନିଜ ମୋବାଇଲରେ ଖେଳର ସିଧାପ୍ରସାରଣ ଦେଖିପାରିବେ। ଏହି ପ୍ୟାକ୍‌ ଜରିଆରେ ଜିଓ ଗ୍ରାହକମାନେ ଯେ କୌଣସିଠାରେ ଥିଲେ ମଧ୍ୟ କ୍ରିକେଟ୍‌ର ମଜା ନେଇପାରିବେ । ଆଗକୁ ବିଶ୍ୱକପ ଫୁଟବଲ ଆସୁଥିବାରୁ ଜିଓ ଏହାକୁ ଦୃଷ୍ଟିରେ ରଖି ଏକ ଆକର୍ଷଣୀୟ ପ୍ଲାନ ଘୋଷଣା କରିବାର ସମ୍ଭାବନା ରହିଛି ।