ଜିଓ ଆଣିଲା ଦୀପାବଳି ଧନ-ଧନା-ଧନା ଅଫର ! ୩୯୯ ଟଙ୍କାର ରିଚାର୍ଜ କରିଲେ ପାଇବେ ୧୦୦ ପ୍ରତିଶତ କ୍ୟାସବ୍ୟାକ୍

160

ଜିଓ ଘୋଷଣା କରିଛି ଦୀପାବଳି ଧନ ଧନା ଧନ ଅଫର । ଏହି ଅଫରରେ ଗ୍ରାହକ ୩୯୯ ଟଙ୍କାର ରିଚାର୍ଜ କରାଇ ୧୦୦ ପ୍ରତିଶତ କ୍ୟାସବ୍ୟାକ୍ ପାଇ ପାରିବେ । ତେବେ ସୂଚନା ଅନୁସାରେ ଏହି କ୍ୟାସବ୍ୟାକ୍ ଗ୍ରାହକଙ୍କୁ ଭାଉଚର ରୂପରେ ଉପଲବ୍ଧ କରାଯିବ । ଗ୍ରାହକ ନିଜ ନମ୍ବରରେ ରିଚାର୍ଜ କରିବା ସମୟରେ କ୍ୟାସବ୍ୟାକ୍ ଭାଉଚରକୁ ବ୍ୟବହାର କରିପାରିବେ । ୧୨ ଅକ୍ଟୋବରରୁ ଏହି ଅଫର ଆରମ୍ଭ ହେବ ଏବଂ ୧୮ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ । ଜିଓର ୩୯୯ ଟଙ୍କିଆ ଧନ୍ ଧନା ଅଫର ରେ ପ୍ରି-ପେଡ଼୍ ଗ୍ରାହକଙ୍କୁ ପ୍ରତିଦିନ ୧ ଜିବି ହିସବାରେ ୮୪ ଜିବି ଡାଟା, ମାଗଣା ଏସଏମଏସ୍, ଜିଓ ଆପ୍ ସବସ୍କ୍ରିପସନ, ମାଗଣା କଲ ସୁବିଧା ଆଦି ଦିଆଯିବ । ଅନ୍ୟପଟେ ଏହି ଅଫରର ସୁବିଧା ପୋଷ୍ଟପେଡ଼୍ ଗ୍ରାହକ ମଧ୍ୟ ଉଠାଇ ପାରିବେ । ପୋଷ୍ଟପେଡ଼୍ ଗ୍ରାହକଙ୍କୁ ସମାନ ସୁବିଧା ଉପଲବ୍ଧ ହେବ କେବଳ ବୈଧତାରେ ଫରକ ପଡ଼ିବ ।

ଗ୍ୟାଜେଟ୍ ୩୬୦ର ଖବର ଅନୁସାରେ ଦୀପାବଳି ଧନ ଧନା ଅଫରରେ ଜିଓର ପ୍ରାଇମ କଷ୍ଟମର ୩୯୯ ଟଙ୍କାର ରିଚାର୍ଜ, ଯଦି ୧୨ ଅକ୍ଟୋବରରୁ ୧୮ ଅକ୍ଟୋବର କରାନ୍ତି , ତେବ ତାଙ୍କୁ ୫୦ ଟଙ୍କିଆ ୮ ଟି ଭାଉଚର ମିଳିବ । ଯାହାର ମୂଲ୍ୟ ୪୦୦ ଟଙ୍କା । ଭବିଷ୍ୟତରେ ରିଚାର୍ଜ କରିବା ସମୟରେ ଗ୍ରାହକ ଏହି ଭାଉଚରର ଲାଭ ଉଠାଇ ପାରିବେ । ତେବେ ଥରକେ କେବଳ ଗୋଟିଏ ଭାଉଚର ବ୍ୟବହାର କରାଯାଇପାରିବ । ଏହାସହ ୧୫ ନଭେମ୍ବରର ପରେ ହିଁ ଏହି ଭାଉଚରର ସୁବିଧା ଗ୍ରାହକ ଉଠାଇ ପାରିବେ । ଏହାର ଅର୍ଥ ଆପଣ ୫୦ ଟଙ୍କାର ଭାଉଚର ପାଇବା ପରେ ଭବିଷ୍ୟତରେ ଯଦି ୩୦୯ ରିଚାର୍ଜ କରାଉଛନ୍ତି ଗ୍ରାହକ, ତେବେ ସେତେବେଳେ ତାଙ୍କୁ କେବଳ ୨୫୯ ଟଙ୍କା ପଇଠ କରିବା ପାଇଁ ପଡ଼ିବ ।

ଏହି ଅଫରରକୁ ମାଇ ଜିଓ ଆପ୍, ଜିଓ ୱେବସାଇଟ୍ , ଜିଓ ଷ୍ଟୋର, ରିଲାଏନ୍ସ ଷ୍ଟୋର ଓ କମ୍ପାନୀର ଅଧିକୃତ ଅନଲାଇନ୍ ପ୍ଲାଟଫର୍ମରେ ଉପଲବ୍ଧ କରାଯିବ । ତେବେ ଆମକୁ ଜିଓର ୱେବସାଇଟରେ ଏହି ଅଫର ବିଷୟରେ ଏଯାଏଁ କିଛି ବିବରଣୀ ଦିଆଯାଇ ନାହିଁ ।