ବଦଳାନ୍ତୁ ୪ଟି ସେଟିଙ୍ଗ୍ ! ବଢ଼ିଯିବ ଜିଓଫୋନର ବେଗ
କେତେକ ଉପଭୋକ୍ତା ଜିଓ ୪ଜି ର ବ୍ୟବହାର କରିବା ପରେ ଏହାର ବେଗକୁ ନେଇ ସନ୍ତୁଷ୍ଟ ନାହାନ୍ତି । ତେବେ ଏନେଇ ସେମାନଙ୍କର ଅଭିଯୋଗ ରହିଛି ଯେ ଜିଓ ୪ଜି ରେ ଆଉ ଆଗ ଭଳି ସ୍ପିଡ଼୍ ମିଳୁନାହିଁ । ଯେଉଁ କାରଣକୁ ନେଇ ତାଙ୍କୁ ଭଏସ୍ କଲିଂଙ୍ଗ୍ ଏବଂ ଇଣ୍ଟରନେଟ୍ ସେବାକୁ ଉପଯୋଗ କରିବାରେ ସମସ୍ୟା ସୃଷ୍ଟି ହେଉଛି । ତେବେ ସୂଚନା ଅନୁଯାୟୀ ପୂର୍ବରୁ ଜିଓର ପୁରୁଣା ଅଫର୍ରେ ୨୦ରୁ ୨୫ ଏମବିଏସର ସ୍ପିଡ଼୍ ମିଳୁଥିବା ବେଳେ ଏବେ ଏହାର ସ୍ପିଡ଼୍ ୩.୫ଏମବିଏସ ପାଖାପାଖି ମିଳୁଅଛି । ତେବେ ଏହି ସ୍ପିଡ଼୍ କମିବାର ମଧ୍ୟ ଅନ୍ୟ ଏକ କାରଣ ଥାଇପାରେ କି ଆପଣଙ୍କର ମୋବାଇଲର ସେଟିଙ୍ଗ୍ ସଠିକ୍ ନଥାଇ ପାରେ ?
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଆଜି ଆମେ ଆପଣଙ୍କୁ ଏନେଇ ଏପରି ସେଟିଙ୍ଗ୍ ବିଷୟରେ କହିବୁ, ଯାହାକୁକି ସେଟ୍ କରିବା ପରେ ଆପଣଙ୍କ ଫୋନରେ ଇଣ୍ଟରନେଟ ସ୍ପିଡ଼୍ ବହୁତ ବଢ଼ିଯିବ । ଆଉ ଏହି ସେଟିଙ୍ଗ୍ କରିବା ମଧ୍ୟ ଆପଣଙ୍କ ଲାଗି ବହୁତ ସହଜ । ତେବେ ଏନେଇ ଆପଣଙ୍କୁ କେବଳ ୪ଟି ଇନଷ୍ଟ୍ରକସନକୁ ଫଲୋ କରିବାକୁ ହେବ ।
ଆସନ୍ତୁ ଜାଣିବା ଏହି ଇନଷ୍ଟ୍ରକସନ ବିଷୟରେ . . .
୧- ପ୍ରଥମତଃ ଆପଣ ଏପିଏନ୍ ସେଟିଙ୍ଗକୁ ବଦଳାନ୍ତୁ । ଏପିଏନ ସେଟିଙ୍ଗ ବଦଳାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ ଜିଓ ୪ଜି ଫୋନ୍ର ସେଟିଙ୍ଗକୁ ଯାଇ ମୋବାଇଲ୍ ନେଟଓ୍ଵର୍କକୁ ଯିବାକୁ ହେବ। ଏହାପରେ ଏଥିରେ ରହିଥିବା ପ୍ରିଫର୍ଡ଼ ନେଟ୍ଓ୍ଵାର୍କ ଟାଇପ୍ କରି ଏଲଟିଇରେ ସେଟ୍ କରିବାକୁ ହେବ।
୨- ଦ୍ୱିତୀୟତଃ ଏପିଏନ୍ ପ୍ରୋଟୋକଲ୍ ଅପ୍ସନକୁ ବାଛନ୍ତୁ। ଏହାପରେ ଆପଣ ପୁଣିଥରେ ମୋବାଇଲ୍ ସେଟିଙ୍ଗକୁ ଯାଇ ଆକ୍ସେସ ପଏଣ୍ଟ କୁ ସିଲେକ୍ଟ କରନ୍ତୁ । ଏହାକୁ କ୍ଲିକ୍ କଲାପରେ ଆପଣଙ୍କୁ ବହୁତ ଗୁଡ଼ିଏ ଅପ୍ସନ୍ ଦେଖିବାକୁ ମିଳିବ । ହେଲେ ଆପଣଙ୍କୁ ଏହା ଭିତରୁ କେବଳ ଏପିଏନ୍ ପ୍ରୋଟାକଲ୍ ଅପ୍ସନକୁ ବାଛିବାକୁ ହେବ ଏବଂ ଏଥିରେ ରହିଥିବା ଆଇପିଭି୪/ଆଇପିଭି୬ ଉପରେ କ୍ଲିକ୍ କରିବାକୁ ପଡ଼ିବ ।
୩- ତୃତୀୟତଃ ଆପଣଙ୍କୁ ବିୟରର୍ ଅପ୍ସନକୁ ବଦଳାଇବାକୁ ହେବ । ଏବେ ଏଠାରେ ଆପଣଙ୍କୁ ବିୟରର ଅପ୍ସନ୍ ଦେଖିବାକୁ ମିଳିବ। ଯେଉଁଠାରେ କି ଆପଣଙ୍କୁ ଏଲଟିକୁ ସିଲେକ୍ଟ୍ କରିବାକୁ ପଡ଼ିବ।
୪-ଚତୁର୍ଥତଃ ଆପଣଙ୍କୁ କ୍ୟାସ୍ ଫାଇଲସ୍କୁ ଡ଼ିଲିଟ୍ କରିବାକୁ ହେବ । ସାଧାରଣତଃ ଏଣ୍ଡ୍ରୋଏଡ଼୍ ସିଷ୍ଟମ୍ ରାଣ୍ଡମଲି କିଛି ଫାଇଲସକୁ ବ୍ୟବହାର କରିଥାଏ ଏବଂ ତାହାକୁ ମଧ୍ୟ ସେଭ୍ କରି ରଖିଥାଏ । ଯେଉଁ ଫାଇଲ କ୍ୟାସ୍ ଫାଇଲସ ବୋଲି କୁହାଯାଏ । ଆଉ ଏହାକୁ ଡ଼ିଲିଟ୍ କରି ଆପଣ ଆପଣଙ୍କ ୪ଜି ସ୍ମାଟଫୋନର ସ୍ପିଡ଼କୁ ମଧ୍ୟ ବଢ଼ାଇ ଦେଇପାରିବେ ।