ଗ୍ରାହକଙ୍କ ପାଇଁ ଖୁସି ଖବର : ଜିଓଫୋନରେ ବି ଉପଲବ୍ଧ ହେବ ହ୍ୱାଟସଆପ୍

32

କିଛି ଦିନ ପୂର୍ବରୁ ଜିଓକୁ ପୁରିଛି ଦୁଇ ବର୍ଷ । କମ ସମୟ ମଧ୍ୟରେ ହିଁ ଜିଓ ବିଶ୍ୱ ରେକର୍ଡ଼ କରିପାରିଛି । ଅଭୂତପୂର୍ବ ସଫଳତା ସହ ୨୧୫ ନିୟୁତରୁ ଅଧିକ ୟୁଜର ପାଇଛି । ତେବେ ଜିଓ ଉପଭୋକ୍ତାଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛି । ଏବେଠାରୁ ଜିଓ ଫୋନରେ ଉପଲବ୍ଧ ହେବ ହ୍ୱାଟସଆପ୍ ।

ଗତ ମାସରେ ବଜାରକୁ ଆସିଥିବା ରିଲାଏନ୍ସ ଜିଓର ଜିଓଫୋନ-୨ରେ ଏବେ ହ୍ୱାଟସଆପ୍ ଡାଉନଲୋଡ କରି ବ୍ୟବହାର କରିହେବ । ଏ ସଂପର୍କରେ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି । ଜିଓଫୋନ-୨ ପାଇଁ ହ୍ୱାଟସଆପ୍ ଏକ ସ୍ୱତନ୍ତ୍ର ଭର୍ସନ ତିଆରି କରିଛି ଯାହାକି ଜିଓ-କାଇ ଅପରେଟିଂ ସିଷ୍ଟମରେ ଚାଲିପାରିବ । ଏହା ଦ୍ୱାରା ଜିଓଫୋନ ବ୍ୟବହାରକାରୀମାନେ ଏହି ଲୋକପ୍ରିୟ ମେସିଜିଂ ଆପ ସହଜରେ ବ୍ୟବହାର କରିପାରିବେ । କେବଳ ଜିଓଫୋନ-୨ ନୁହେଁ ଜିଓଫୋନ-୧ରେ ମଧ୍ୟ ଏହି ପ୍ରକାରର ହ୍ୱାଟସଆପ୍ ଚାଲିପାରିବ ।

ଗତ ଜୁଲାଇ ୪ରେ ମୁକେଶ ଅମ୍ବାନି ଏହି ଫୋନ ସଂପର୍କରେ ଘୋଷଣା କରିଥିଲେ । ଜିଓଫୋନ-୨ ଏକ ଫିଚର ଫୋନ ହେଲେ ମଧ୍ୟ ଏହା ୪ଜି ଏଲଟିଇକୁ ସପୋର୍ଟ କରେ । ଏଥିରେ କ୍ୱାର୍ଟି କିବୋର୍ଡ ରହିଛି, ଏହା ଭୋଲଟିକୁ ସପୋର୍ଟ କରେ ଓ କାଇ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୧ଟି ମଧ୍ୟ ଏହି ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୨ ରେ ୫୧୨ ଏମବି ର‌୍ୟାମ ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି । କିନ୍ତୁ ଜିଓଫୋନ-୨ର ଆଉ ଏକ ଆକର୍ଷଣ ହେଲା ଏହା ସେସିଆଲ ମିଡିଆ ଆପ ଫେସବୁକ, ହ୍ଵାଟ୍ସଆପ ଓ ୟୁଟ୍ୟୁବକୁ ସପୋର୍ଟ କରେ । ଉପଭୋକ୍ତାମାନେ ଏହାକୁ ଆପ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଗ୍ରାହକମାନେ ଭଏସ୍ କମାଣ୍ଡ୍୍କୁ ବ୍ୟବହାର କରି କଲ୍, ମେସେଜ୍, ଇଣ୍ଟରନେଟ୍ରେ ସନ୍ଧାନ, ସଙ୍ଗୀତ ବଜାଇବା, ଭିଡିଓ ଦେଖିବା ଓ ସବୁ ପ୍ରକାର ଆପ୍କୁ ପରିଚାଳନା କରିବା କାମ କରିପାରିବେ।