ଜିଓର ଘୋଷଣା କଲା ଆକର୍ଷଣୀୟ ଅଫର ! କୌଣସି ବି ପୁରୁଣା ଡଙ୍ଗଲ ଆଣନ୍ତୁ , ଜିଓଫାଇ ସହ ୨୨୦୦ ଟଙ୍କା କ୍ୟାସବ୍ୟାକ ପାଆନ୍ତୁ

57

ରିଲାଏନ୍ସ ଜିଓ ପୁଣି ଥରେ ନୂଆ ଅଫର ଉପସ୍ଥାପନ କରିଛି । କମ୍ପାନୀ ଏଥର ଆଣିଛି ଏକ୍ସଚେଞ୍ଜ ଅଫର୍ , ଯାହା କେବଳ ଜିଓଫାଇ ପାଇଁ ହିଁ ରହିଛି । ସୂଚନାଯୋଗ୍ୟ ଜିଓଫାଇ ଏକ ହଟସ୍ପଟ ଡିଭାଇସ, ଯାହା ଜରିଆରେ ଅନେକ ସିଷ୍ଟମରେ ହାଇସ୍ପିଡ଼୍ ଇଂଟରନେଟ୍ ଚଳାଇହେବ । ତେବେ ଆସନ୍ତୁ ଜାଣିବା କେଉଁ ଅଫର ଅନୁସାରେ ଏବଂ କିପରି ମିଳିବ ୨୨୦୦ ଟଙ୍କାର କ୍ୟାସବ୍ୟାକ୍ ?

ରିଲାଏନ୍ସ ଜିଓ ତରଫରୁ ଏକ ନୂଆ ଆକର୍ଷଣୀୟ ୨୨ଶହ ଟଙ୍କାର କ୍ୟାସବ୍ୟାକ ଅଫର ସଂପର୍କରେ ଘୋଷଣା କରାଯାଇଛି । ଏହି ଅଫର ମାଧ୍ୟମରେ ଗ୍ରାହକମାନେ ନିଜର ପୁରୁଣା ଓ୍ଵାଇଫାଇ ହଟସ୍ପଟ୍‌ ଡିଭାଇସ ଏକ୍ସଚେଞ୍ଜ କରିପାରିବେ । ତେବେ ଏହି ଅଫଟି ସୀମିତ ସମୟ ପାଇଁ ଉପଲବ୍ଧ ହେଉଛି । ଏଣୁ ଯଥାଶୀଘ୍ର ଏହାର ସୁଯୋଗ ନେଇପାରିବେ । ଏହି ଅଫରର ସୁଯୋଗ ନେବା ପାଇଁ ଗ୍ରାହକମାନଙ୍କୁ ନିମ୍ନ ଲିଖିତ ସୋପାନ ଦେଇ ଗତି କରିବାକୁ ହେବ ।

jio

୧. ପ୍ରଥମେ ୯୯୯ ଟଙ୍କା ଦେଇ ଏକ ଜିଓଫାଇ ଓ୍ଵାଇ ଫାଇ ହଟସ୍ପଟ୍‌ କିଣନ୍ତୁ ।

୨. ଏଥିରେ ଜିଓ ସିମ ପକାଇ ଆକ୍ଟିଭେଟ କରନ୍ତୁ । ସେଥିରେ ୯୯ ଟଙ୍କାର ଜିଓ ପ୍ରାଇମ ଓ ୧୯୮ ବା ୨୯୯ କିମ୍ବା ଅଧିକ ମୂଲ୍ୟର ରିଚାର୍ଜ କରନ୍ତୁ ।

୩.ନିଜର ପୁରୁଣା ଓ୍ଵାଇଫାଇ ଡୋଙ୍ଗଲ ବା ମୋଡେମକୁ ନିକଟତମ ଜିଓଫାଇ ଷ୍ଟୋର ବା ରିଲାଏନ୍ସ ଡିଜିଟାଲ ଷ୍ଟୋରରେ ଦାଖଲ କରନ୍ତୁ ।

୪. ଉକ୍ତ ଷ୍ଟୋରରେ ପୁରୁଣା ଡୋଙ୍ଗଲ ବା ମୋଡେମର ସିରିଆଲ ନମ୍ବର ଓ ନିଜର ନୂଆ ଜିଓଫାଇ ଏମଏସଆଇଏସଡିଏନ ନମ୍ବରକୁ ପ୍ରଦାନ କରନ୍ତୁ ।

୫. ଏହା କଲା ପରେ ଆପଣଙ୍କ ଆକାଉଣ୍ଟକୁ ୨୨୦୦ ଟଙ୍କାର କ୍ୟାସବ୍ୟାକ୍‌ ଆସିଯିବ ।

ତେବେ ଏହି କ୍ୟାସବ୍ୟାକ ୫୦ ଟଙ୍କା ଲେଖାଏଁ ୪୪ଟି ଭାଉଚର ହିସାବରେ ଆସିବ । ଗ୍ରାହକ ୧୯୮ ଓ ୨୯୯ ଟଙ୍କାର ରିଚାର୍ଜ କଲେ ଏହି ଭାଉଚର ରିଡିମ କରିପାରିବେ ।