ନିଜର ଦ୍ୱିତୀୟ ବର୍ଷପୂର୍ତି ପାଳନ କରୁଥିବା ଜିଓ ପକ୍ଷରୁ ଉପଭୋକ୍ତାମାନଙ୍କୁ ସମ୍ପୂର୍ଣ୍ଣ ମାସ ସାରା ବିଭିନ୍ନ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି । ସମସ୍ତ ଉପଭୋକ୍ତାଙ୍କୁ ୧୬ ଜିବି ମାଗଣା ଡାଟା ଉପହାର ଦେବା ପରେ, ଏବେ ଜିଓ ପକ୍ଷରୁ ଏହାର ସର୍ବାଧିକ ବିକ୍ରି ହେଉଥିବା ୩୯୯ ଟଙ୍କିଆ ପ୍ଲାନକୁ ୧୦୦ ଟଙ୍କା ରିହାତିରେ ପ୍ରଦାନ କରାଯାଉଛି । ଏହି ଅଫର କେବଳ ମାଇଜିଓ ଆପ ମାଧ୍ୟମରେ ମିଳିପାରିବ ଓ ଫୋନପେ ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ପେମେଣ୍ଟ କରିବାକୁ ପଡିବ । କମ୍ପାନିର ଘୋଷଣା ଅନୁଯାୟୀ ଜିଓର ସର୍ବାଧିକ ବିକ୍ରି ହେଉଥିବା ୩୯୯ ଟଙ୍କିଆ ପ୍ଲାନ୍ ଏବେ ୧୦୦ ଟଙ୍କା ରିହାତି ସହ ମିଳିବ । ଅର୍ଥାତ ଆପଣଙ୍କୁ ଏହା ୨୯୯ ଟଙ୍କାରେ ଉପଲବ୍ଧ ହେବ ।
/kanak/media/post_attachments/wp-content/uploads/2018/05/526605-reliancejio789-300x171.jpg)
ଏହାର ଅର୍ଥ ହେଉଛି ଜିଓ ପକ୍ଷରୁ ତିନିମାସ ପାଇଁ ମାସକୁ ୧୦୦ଟଙ୍କା ଦରରେ ମାଗଣା ଭଏସ୍ ଏବଂ ଅସୀମିତ ଡାଟା (୪୨ ଜିବି) ପ୍ରଦାନ କରାଯାଉଛି । ଅନ୍ୟପକ୍ଷରେ ଏହି ୧୦୦ ଟଙ୍କା ରିହାତିର ଦୁଇଟି ଭାଗ ରେ ମିଳିବ । ପ୍ରଥମଟି ହେଉଛି ୫୦ ଟଙ୍କାର ତତ୍କ୍ଷଣାତ୍ ରିହାତି ମାଇଁ ଜିଓ ଆପ୍ ଜରିଆରେ ରିଚାର୍ଜ କରୁଥିବ ପ୍ରି-ପେଡ୍ ଉପଭୋକ୍ତାଙ୍କ ପାଇଁ, ଯେଉଁଥିରେ ୫୦ ଟଙ୍କାର କ୍ୟାସ୍-ବ୍ୟାକ୍ ଭାଉଚର ରହିଛି । ଦ୍ୱିତୀୟଟି ହେଉଛି ମାଇଁ ଜିଓ ଆପ୍ରେ ରହିଥିବା ଫୋନ୍-ପେ ଦ୍ୱାରା ପଇଠ (ପେମେଣ୍ଟ) କରିବା ସଙ୍ଗେସଙ୍ଗେ ଆଉ ୫୦ ଟଙ୍କାର ରିହାତି ମିଳିବ । ଏହା ଏକ ସୀମିତ ଅବଧି ଅଫର ଯାହା ୧୨ ସେପ୍ଟେମ୍ବର ଠାରୁ ୨୧ ସେପ୍ଟେମ୍ବର ଯାଏଁ ଉପଲବ୍ଧ ହେବ ।