କନକ ବ୍ୟୁରୋ : ଆଜିଠାରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ ହୋଇଛି । ଆଜି ଏଲାଏନ୍ସ ଏୟାର୍ ବିମାନ କଂପାନି ପକ୍ଷରୁ ଏକ ବିମାନ ଯାତ୍ରା ଆରମ୍ଭ ହୋଇଛି । ଏହି ବିମାନଟି କୋଲକାତାରୁ ଦିନ ୧୧.୪୫ରୁ ଛାଡ଼ି ଝାରସୁଗୁଡ଼ରେ ୧.୧୫ରେ ପହଞ୍ଚିବ | ପୁଣି ଝାରସୁଗୁଡ଼ାରୁ ୧.୪୫ରେ କୋଲକାତା ଅଭିମୁଖେ ଯିବ ବିମାନ | ଏନେଇ ଝାରସୁଗୁଡ଼ା ବିମାନବନ୍ଦରର ନିର୍ଦେଶକ ସ୍ବଦେଶ ଚୌହ୍ବାନ ସୂଚନା ଦେଇଛନ୍ତି । ଏହାଫଳରେ ପଶ୍ଚିମ ଓଡ଼ିଶାବାସୀଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇଛି ।
ଗତ ସେପ୍ଟେମ୍ବର ୧୧ ତାରିଖରେ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିମାନ ଚଳାଚଳ ନେଇ ଲୋକସେବା ଭବନରେ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଉ ୨ଟି ନୂଆ ସହର ତଥା କୋଲକାତା ଏବଂ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/VSS-Airport-Jharsuguda.jpeg)