କନକ ବ୍ୟୁରୋ : ଗୋଦାମରେ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସମ୍ପତି ନଷ୍ଟ । ଝାରସୁଗୁଡା ସାରସମାଲ ଛକ ନିକଟରେ ଥିବା ଏକ ଗୋଦାମ ଘରେ ଗତ ରାତିରେ ନିଆଁ ଲାଗିଯାଇଥିଲା । ଗୋଦାମରେ ଆଇଟିସି ଏବଂ ନେସଲେ କମ୍ପାନୀର ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଛି । ନଷ୍ଟ ସମ୍ପତିର ମୂଲ୍ୟ କୋଟିଏରୁ ଅଧିକ ଟଙ୍କାର ହେବ ବୋଲି ଗୋଦାମ ମାଲିକଙ୍କ ପକ୍ଷରୁ କୁହାଯାଇଛି ।
ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ରାତି ୧୧ଟାରୁ ଭୋର ପର୍ଯ୍ୟନ୍ତ ଝାରସୁଗୁଡା ଅଗ୍ନିଶମ ବିଭାଗର ଦମକଳ ,ବେଦାନ୍ତ ଏବଂ ଭୂଷଣର ଦମକଳ ଗାଡି ନିଆଁ ଆୟତ କରିବାରେ ନିୟୋଜିତ ହୋଇଥିଲେ । ନିକଟରେ ଥିବା କାର ସୋରୁମ୍ ଅଳ୍ପକେ ବର୍ତି ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-28-12h36m09s092-1.png)