ଝାରସୁଗୁଡାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରର ମାନ୍ୟତା ! ସୋସିଆଲ ମିଡିଆରେ ସୂଚନା ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ

38

କନକ ବ୍ୟୁରୋ : ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରର ମାନ୍ୟତା ପାଇଲା ଝାରସୁଗୁଡା ଏୟାରଷ୍ଟ୍ରିପ । ଭୁବନେଶ୍ୱର ପରେ ଝାରସୁଗୁଡାକୁ ମିଳିଛି ଏହି ମାନ୍ୟତା । ଆଜି ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ । ଟ୍ୱିଟ୍ କରି ସେ ଏହି ସୂଚନା ଦେବା ସହ ଖୁସି ପ୍ରକାଶ କରିଛନ୍ତି । ଏହା ସହ ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି, ଆଗାମୀ ଦିନରେ ଏଠାରେ ବିମାନଚଳାଚଳ ଆରମ୍ଭ କରିବ ।

ଝାରସୁଗୁଡାକୁ ବିମାନ ବନ୍ଦର ଭାବେ ଆନୁଷ୍ଠାନିକ ମାନ୍ୟତା ମିଳିବା ପରେ ଆଗକୁ ଜୟପୁର, ରାଉରକେଲା ଓ ଉକ୍ରେଲାକୁ ମଧ୍ୟ ଏହି ମାନ୍ୟତା ମିଳିବାର ବାଟ ଫିଟିଛି ବୋଲି ଏହି ଓଡିଶା କ୍ୟାଡର ଆଇଏଏସ ଉଲ୍ଲେଖ କରିଛନ୍ତି । ଝାରସୁଗଡାକୁ ବିମାନ ବନ୍ଦର ମାନ୍ୟତା ମିଳିବା ପରେ ଏଠାକୁ ବିମାନ ଚଳାଚଳ କଲେ ବ୍ୟବସାୟ ଓ ଯୋଗାଯୋଗ ଦୃଷ୍ଟିରୁ ଅଧିକ ସୁବିଧା ହେବ ବୋଲି ଆଶା କରାଯାଉଛି ।