ଝାଡ଼ଖଣ୍ଡ ସରାଇକେଲାରେ ବଡ଼ ଧରଣର ନକ୍ସଲ ଆକ୍ରମଣ : ଆଇଇଡ଼ି ବିସ୍ଫୋରଣରେ ୧୫ ଯବାନ ଆହତ

257

କନକ ବ୍ୟୁରୋ : ଝାଡ଼ଖଣ୍ଡ ସରାଇକେଲାରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଏକ ସ୍ୱତନ୍ତ୍ର ଅପରେସନ ଚାଲିଥିବା ବେଳେ ଆଇଡି ବିସ୍ଫୋରଣରେ ୧୫ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଯବାନଙ୍କୁ ହେଲିକପ୍ଟର୍ ଯୋଗେ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଆଜି ଭୋର ପ୍ରାୟ ୪ଟା ୫୦ ସମୟରେ ଝାଡ଼ଖଣ୍ଡ ପୋଲିସ ଓ ୨୦୯ର କୋବ୍ରାବାଟାଲିୟନର ଯବାନମାନେ ମିଳିତ ସ୍ପେଶାଲ ଅପରେସନରେ ବାହାରିଥିଲେ । ଯବାନଙ୍କ ରାସ୍ତାରେ କୁଚାଇ ନିକଟରେ ମାଓବାଦୀମାନେ ପୂର୍ବରୁ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଝାଡ଼ଖଣ୍ଡ ପୁଲିସ୍, ୨୦୯ କୋବ୍ରା ମିଳିତ ଭାବେ ଏହି ଅପରେସନ କରିଥିବା ବେଳେ ଆକ୍ରମଣରେ ୧୫ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସକାଳ ୬.୫୦ ସମୟରେ ଆହତ ଯବାନମାନଙ୍କୁ ରାଞ୍ଚିକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଏବେ ସେଠାରେ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏହି ଘଟଣାର ତଦନ୍ତ ଏବେ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ମେ ୧ ତାରିଖରେ ହୋଇଥିବା ଆଇଇଡି ବିସ୍ଫୋରଣରେ ୧୫ ଜଣ ପୁଲିସ୍ କର୍ମୀ ଓ ଜଣେ ନାଗରିକ ନିହତ ହୋଇଥିଲେ।