କନକ ବ୍ୟୁରୋ : ଝାଡ଼ଖଣ୍ଡ ଦୁମକାରେ ପୁଲିସ-ମାଓବାଦୀ ମୁହାଁମୁହିଁ । ପ୍ରାଥମିକ ସୂଚନା ଅନୁସାରେ ଏହି ଏନକାଉଂଟରରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୪ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ଆହତ ସୁରକ୍ଷାକର୍ମୀଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଏନକାଉଂଟରରେ ୫ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ରହିଛି । ଆହତ ହୋଇଥିବା ଆଉ ୩ ଜଣ ଯବାନ ଦୁମକା ସଦର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

Advertisment

ସୂଚନାଯୋଗ୍ୟ ମାଓବାଦୀଙ୍କ ବିରୋଧରେ ପୋଲିସ୍ ଓ ଯବାନ ମିଳିତ ଅପରେସନ ଚଳାଇଥିିଲେ । ବିଗତ ୩ରୁ ୪ଦିନ ଧରି ମାଓବାଦୀମାନେ ଡେରା ଲଗାଇଥିଲେ । ପ୍ରାୟ ୧୨ରୁ ୧୫ ଜଣ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ । ମାଓ ଗୁଳିରେ ସହିଦ ହୋଇଥିବା ଜବାନ୍ ହେଲେ ନୀରଜ କ୍ଷେତ୍ରୀ ।