ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ  : ୯୯.୯୯ ସ୍କୋର କରି ରାଜ୍ୟର ଟପ୍ପର ହେଲେ ସୌରଭ ସୌମ୍ୟକାନ୍ତ ଦାସ, ଗତକାଲି ରାତିରେ ଫଳାଫଳ ପ୍ରକାଶ କଲା ଏନଟିଏ 

227

କନକ ବ୍ୟୁରୋ : ଜେଇଇ ମେନ୍ ଫଳାଫଳ ପ୍ରକାଶ ପାଇଛି । ସୌରଭ ସୌମ୍ୟକାନ୍ତ ଦାସ ୯୯.୯୯ ସ୍କୋର କରିବା ସହ ଓଡିଶା ଟପ୍ପର ହୋଇଛନ୍ତି । ତେବେ ରାଜ୍ୟରେ ଟପ୍ପର ମାନଙ୍କ ମଧ୍ୟରେ ୯ ଜଣ ପରୀକ୍ଷାର୍ଥୀ ୧୦୦ ସ୍କୋର କରିଛନ୍ତି । ସେମାନଙ୍କ ମଧ୍ୟରୁ  ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାର  ୨ ଜଣ ଲେଖାଏଁ ପରୀକ୍ଷାର୍ଥୀ ରହିଥିବା ବେଳେ ଗୁଜରାଟ ଓ ଦିଲ୍ଲୀର ଜଣେ ଲେଖାଏଁ ପରୀକ୍ଷାର୍ଥୀ ଏହି ସଫତା ହାସଲ କରିଛନ୍ତି ।

ଗତ ୭ ଓ ୯ ତାରିଖରେ ଦେଶ ଓ ବିଦେଶର ମୋଟ ୨୩୩ଟି ସହରରେ ଏନଟିଏ ଦ୍ୱାରା ଆୟୋଜିତ ଏହି ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।  ଏଥିପାଇଁ ୫୭୦ ପରୀକ୍ଷା କେନ୍ଦ୍ରରେ ମୋଟ ୮ ଲକ୍ଷ ୬୯ ହଜାର ୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।  ଏହା ସହ ଆସନ୍ତା ଏପ୍ରିଲରେ ହେବାକୁ ଥିବା ଜେଇଇ ପରୀକ୍ଷା ପାଇଁ ଆସନ୍ତା ଫେବୃଆରୀ ୭ରୁ ଅନ୍ଲାଇନ୍ରେ ଆବେଦନ କରିହେବ ବୋଲି ସୂଚନା ଦେଇଛି ଏନଟିଏ ।