କନକ ବ୍ୟୁରୋ : ପ୍ରକାଶ ପାଇଲା ଜେଇଇ ଆଡଭାନ୍ ରେଜଲ୍ଟ । ସର୍ବଭାରତୀୟ ସ୍ତରରେ କାର୍ତିକେୟ ଚନ୍ଦ୍ରେଶ ଗୁପ୍ତା ଜେଇଇ ଆଡଭାନ୍ସ ଟପ୍ପର ହୋଇଛନ୍ତି । ଓଡିଶାରୁ ସଂବିତ୍ ବେହେରା ଏସସି କାଟାଗୋରୀରେ ଟପ୍ପର ହୋଇଛନ୍ତି । ତେବେ ସର୍ବଭାରତୀୟ ସ୍ତରରେ ଗୁପ୍ତା କାର୍ତିକେୟ ଚନ୍ଦ୍ରେଶ ପୁଅଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ଝିଅଙ୍କ ମଧ୍ୟରେ ସବନମ୍ ସହାୟ ଟପ୍ପର ହୋଇଛନ୍ତି । ସବନମ୍ ୩୭୨ ମାର୍କରୁ ୩୦୮ ମାର୍କ ରଖିଛନ୍ତି । ଗୁପ୍ତା କାର୍ତିକେୟ ଚନ୍ଦ୍ରେଶ ମହାରାଷ୍ଟ୍ର ଚନ୍ଦ୍ରପୁର ଅଂଚଳରେ ରୁହନ୍ତି । ତାଙ୍କର ବୟସ ୧୭ ବର୍ଷ ।

Advertisment

ସେ ଜେଇଇ ଆଡଭାନ୍ସ ରେ ମୋଟ୍ ୩୭୨ ରୁ ୩୩୭ ମାର୍କ ରଖି ସାରାଦେଶରେ ଟପ୍ପର ହୋଇଛନ୍ତି । ସାରା ଦେଶରେ ୧ ଲକ୍ଷ ୬୧ ହଜାର ୩୧୯ ଜଣ ପରୀକ୍ଷାର୍ଥୀ ଏଥର ଦେଇ ଜେଇଇ ଆଡଭାନ୍ସ ପରୀକ୍ଷା ଦେଇଥିଲେ । ଏହା ମଧ୍ୟରୁ ମାତ୍ର ୩୮ ହଜାର ୭୦୫ ଜଣ ପରୀକ୍ଷାର୍ଥୀଙ୍କୁ ସଫଳତା ମିଳିଛି । ସଫଳ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୩ ହଜାର ୩୪୯ ଜଣ ପୁଅ ଓ ୫ ହଜାର ୩୫୬ ଜଣ ପୁଅ ରହିଛନ୍ତି ।