ଜୟପୁରରୁ ଜେଇ ନିଖୋଜ : ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ

144

କନକ ବ୍ୟୁରୋ : ଜୟପୁରରୁ ଜେଇ ନିଖୋଜ । ବୋରିଗୁମ୍ମା ବ୍ଲକର ଗ୍ରାମ୍ୟ ଜଳ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଏନ୍ ଭେଙ୍କଟେଶ୍ୱର ରାଓ ନିଖୋଜ ହୋଇଯାଇଛନ୍ତି । ଗତକାଲି କ୍ଷେତ୍ର ପରିଦର୍ଶନରେ ଯାଇ ସେ ଆଉ ଘରକୁ ଫେରି ନାହାନ୍ତି । ବହୁତ ସମୟ ଖୋଜାଖୋଜି ପରେ ତାଙ୍କ ସମ୍ପର୍କରେ କୌଣସି ଖବର ନମିଳିବାରୁ ପରିବାର ଲୋକେ ବିସିଂଗପୁର ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏବଂ ବିଭାଗୀୟ ଅଧିକାରୀଙ୍କ ୨ଟି ଟିମ୍ ଖୋଜାଖୋଜିରେ ଲାଗିଛନ୍ତି ।

କନିଷ୍ଠ ଯନ୍ତ୍ରୀ ଏନ୍ ଭେଙ୍କଟେଶ୍ୱର ରାଓ ବୋରିଗୁମ୍ମା ବ୍ଲକର ହରଡାଗୁଡା ଅଂଚଳକୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ସାଥୀରେ ଥିଲେ ପୁରା ଟିମ । ଟିମର ସମସ୍ତେ ଫେରି ଆସିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଏନ୍ ଭେଙ୍କଟେଶ୍ୱର ରାଓ କିନ୍ତୁ ଘରକୁ ଫେରିନାହାନ୍ତି ।

ଅନ୍ୟପଟେ ଘଟଣାର ୨୪ଘଣ୍ଟା ପରେ ବି ଯନ୍ତ୍ରୀ ଏମ୍. ଭେଙ୍କଟ ରାଓଙ୍କର କୌଣସି ଖବର ମିଳୁନଥିବା ସହ ତାଙ୍କ ଫୋନ ମଧ୍ୟ ଲାଗୁନି । ଏହାକୁ ନେଇ ତାଙ୍କ ସ୍ତ୍ରୀ ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝିଙ୍କୁ ଭେଟି ସ୍ବାମୀଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ।