କ୍ୟାନସରକୁ ମାତ ଦେଉଛି କବିତା : ଜୟପୁରର କବି ଅନୁସୟା ସାମନ୍ତରାୟଙ୍କ ଯନ୍ତ୍ରଣା କମାଉଛି ଲେଖିବାର ନିଶା

54

କନକ ବ୍ୟୁରୋ : ମନୋବଳ ଦୃଢ଼ ଥିଲେ କ୍ୟାନସର ରୋଗକୁ ମଧ୍ୟ ମାତ ଦିଆଯାଇ ପାରେ । ମାରାତ୍ମକ ରୋଗ ଆଗରେ ବଚିଂବାର ଆଶା ବଢି ଯାଇପାରେ । ଭାଙ୍ଗି ପଡ଼ିବା ବଦଳରେ ରୋଗକୁ ସାମାନ୍ୟ ବୋଲି ଚିନ୍ତା କଲେ ଭଲ ମଣିଷ ଟିଏ ଭଳି ବଂଚି ହୁଏ । ପରିଣତ ବୟସରେ ବି ବାଣ୍ଟୁଛନ୍ତି ସଚେତନତାର ବାର୍ତା, ସାଜିଛନ୍ତି ପ୍ରେରଣାର ଉର୍ତ୍ସ ।

ଜୟପୁର ସହରର ଅନୁସୟା ସାମନ୍ତରାୟ । ଯାହାଙ୍କ ହୃଦୟସ୍ପର୍ଶୀ କବିତା ଆଗରେ ହାର ମାନୁଛି କ୍ୟାନସର । ଛୋଟ ବେଳରୁ କବିତା ଲେଖିବା, ପଢ଼ିବା ଓ ପିଲାଙ୍କୁ ଆଦିବାସୀ ଅଂଚଳର ଭାଷା ଶିଖାଇବା ଅନୁସୟାଙ୍କ ନିଶା ପାଲଟିଥିବା ବେଳେ ଏବେ ଏହା ତାଙ୍କ ବଚିଂବାର ମାଧ୍ୟମ ପାଲଟିଛି । ୨୦୧୫ରେ ଶିକ୍ଷକତା ଜୀବନରୁ ଅବସର ନେବା ପରେ କ୍ୟାନସର ରୋଗରେ ପୀଡିତା ଏହି ମହିଳା ଆଜି ବି ନିଜର ସାଧନାକୁ ଜାରି ରଖିଛନ୍ତି । କ୍ୟାନସର ଭଳି ମାରାତ୍ମକ ରୋଗର ଯନ୍ତ୍ରଣାକୁ କମାଇ ରୋଗ ସହ ଲଢିବା ପାଇଁ କବିତା ହିଁ ତାଙ୍କୁ ସାହସ ଯୋଗାଇଛି ବୋଲି ଅନୁସୟା କହୁନ୍ତି ।

ପତ୍ନୀଙ୍କୁ କ୍ୟାନସ ହୋଇଥିବା ଜାଣି ଭାଙ୍ଗି ପଡିଥିବା ସ୍ୱାମୀ ଓ ଦୁଇ ଝିଅଙ୍କୁ ସାହାସ ଯୋଗାଇଛନ୍ତି ଅନୁସୟା । ନିଜେ ରୋଗରେ ପୀଡିତ ହୋଇଥିବା ବେଳେ ରୋଗ କିଛି ନାହିଁ କହି, ପରିବାରକୁ ସାନ୍ତ୍ୱନା ଦେଇ ଆସୁଛନ୍ତି । ଆଉ ଅନୁସୟାଙ୍କୁ ଦୃଢ କରିବା କ୍ଷେତ୍ରରେ କବିତା ହିଁ ଓøଷଧ ଭାବେ କାମ କରୁଛି । ମାଆ ପାଇଁ ପରିଚିତ ବୋଲି କହୁଛନ୍ତି ଅନୁସୟାଙ୍କ ଝିଅ ।