କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ୍ ପର୍ଲ ଠାରେ ଆଜି ଭୋର ଭୋରରୁ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ସୌଭାଗ୍ୟକ୍ରମେ ବସରେ ଥିବା ୪୦ରୁ ଊର୍ଧ୍ୱ ଯାତ୍ରୀ ସୁରକ୍ଷିତ ଭାବେ ବର୍ତ୍ତି ଯାଇଥଇବା ବେଳେ ମାତ୍ର ୫ ଜଣ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘରୋଇ ବସଟି ବ୍ରହ୍ମପୁରରୁ ଉମରକୋଟ ଯାଉଥିଲା । ମାତ୍ର ବୋରିଗୁମ୍ମା ନିକଟରେ ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ତେବେ ଏଥିରେ ବିଶେଷ ଯାତ୍ରୀ ଆହତ ହୋଇ ନାହାଁନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/accident-grafix.jpg)