କନକ ବ୍ୟୁରୋ : ଜୟପୁର ସହରର ମିଲଷ୍ଟ୍ରିଟରେ ଥିବା ଏକ ଅଖା ଗୋଦାମରେ ଅଘଟଣା ଘଟିଛି । ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇଯାଇଛି । ତେବେ ଏ ଯାଏଁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ସର୍ଟସର୍କିଟ ଯୋଗୁଁ ଅଖା ଗୋଦାମରେ ନିଆଁ ଲାଗିଥିବା ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ନିଅାଁକୁ ଆୟତ କରିଥିଲା ।