ଅପେରା ଚାଲିଥିବା ବେଳେ ଭୁଜାଲିରେ ଯୁବକଙ୍କୁ ଆକ୍ରମଣ : ପୂର୍ବ ଶତ୍ରୁତାକୁ ନେଇ ଭଦ୍ରକରେ ଭୁଜାଲି ମାଡ. ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର

1,368

କନକ ବ୍ୟୁରୋ : ଅପେରା ଭିତରେ ଯୁବକଙ୍କୁ ଭୁଜାଲି ମାଡ । ଭଦ୍ରକ କାଳୀପୂଜାର ଶେଷ ଦିନରେ ଅପେରା ଚାଲିଥିବା ବେଳେ ଆକ୍ରମଣ କଲେ ଦୁର୍ବୃତ୍ତ । ଭଦ୍ରକ କାଳୀପୂଜା ଶେଷ ଦିନରେ ଘଟିଛି ଏହି ଘଟଣା । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଭୁଜାଲି ମାଡ ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୃବୁର୍ତ ।

ସୂଚନା ଅନୁସାରେ ୨ ଦିନ ତଳେ ଯାତ୍ରା କର୍ମକର୍ତାଙ୍କ ସହ ବଙ୍କ ସାହି ଗାଁର କିଛି ଯୁବକଙ୍କ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଯାତ୍ରା ଚାଲୁଥିବା ସମୟରେ ସମସ୍ତଙ୍କ ସମ୍ମୁଖରେ ହୋଇଛି ଏପରି କାଣ୍ଡ । ଭୁଜାଲି ମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ଜିତୁ ପଢ଼ିଆରୀ ବୋଲି ଜଣାପଡିଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।