ଆରମ୍ଭ ହେଲା ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା : ସୁଉଚ୍ଚ ତୋରଣ ଓ ଆଲୋକମାଳାରେ ଝଲସୁଛି ତୋରଣ

499

କନକ ବ୍ୟୁରୋ : ଜଟଣୀ ସହରରେ ଗୁରୁବାରଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଣେଶ ପୂଜା । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଗଣେଶ, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ମୃଣ୍ମୟ ମୂର୍ତ୍ତି । ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନୀରେ ମୁଖରିତ ହୋଇଛି ସମଗ୍ର ଅଂଚଳ । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ଜଟଣୀ ସହର । ସହରର ମୁଖ୍ୟ ରାସ୍ତା ଏବଂ ଗଳିକନ୍ଦି ରାସ୍ତା ଆଲୋକମାଳାରେ ଝଲସୁଛି ।

ganesh chaturthi

ଅନୁକୁଳ ପାଗ ସାଙ୍ଗକୁ ସରକାରୀ ଛୁଟି ଦିବସ ହୋଇଥିବାରୁ ପ୍ରଥମ ଦିନରେ ବେଶ ଭିଡ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଜଟଣୀରେ ୧୮ଟି ବଡ ମେଢ଼କୁ ମିଶାଇ ପ୍ରାୟ ୧୦୦ରୁ ଉର୍ଦ୍ଧ ଛୋଟ ବଡ ମଣ୍ଡପରେ ବିଘ୍ନନାଶକ ପୂଜା ପାଉଛନ୍ତି । ତାଭିତରେ ସବୁଠୁ ଆକର୍ଷଣ ପାଲଟିଛି ଗୋଲେଇ ମାର୍କେଟର ପୂଜା ପେଣ୍ଡାଲ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପରମ୍ପରା ଅନୁସାରେ ଜଟଣୀ ସହରରେ ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୧୧ଦିନ ଧରି ଚାଲିବ ଗଜାନନଙ୍କ ପୂଜା ।

ଚାରିଆଡେ ଏବେ ଗଣେଶ ପୂଜାର ଧୁମ୍ । ଏହି ସମୟରେ ଅସ୍ତରଙ୍ଗର ନଇପୁଆ ଗାଁରେ ଥିବା ପ୍ରସିଦ୍ଧ ବିନାୟକ ମନ୍ଦିରରେ ଅମୃତ ଲଡୁ ଭୋଗ ହେବାର ବିଧି ରହିଛି । ଏହି ଲଡୁ ଅରୁଆ ଚାଉଳ, ଚିନି, ନବାତ, ଘିଅ ଓ ଗୁଜୁରାତିରେ ତିଆରି ହୋଇଥାଏ । ଏହାକୁ ମନ୍ଦିର ସେବକ ପ୍ରଭୁ ଗଜାନନଙ୍କୁ ଲାଗି କରିଥାନ୍ତି । ଏହି ଲଡୁ ଭକ୍ତ ପାଇଲେ ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏ ବର୍ଷ ୪୦ କିଲୋଗ୍ରାମର ଲଡୁ ତିଆରି କରାଯାଇ ଗଜାନନଙ୍କୁ ଭୋଗ କରାଯାଇଛି । ଗଣେଶ ଚତୁର୍ଥୀରେ ମନ୍ଦିରରେ ଭଜନ କୀର୍ତନ କରାଯାଇ ନୂଆ ପତାକା ଲଗାଯିବା ପରମ୍ପରା ରହିଛି  ।

www.wallpapersbyte.com

ସୂଚନାଯୋଗ୍ୟ ଗତକାଲି ସାରା ଦେଶରେ ବେଶ ଧୁମଧାମରେ ପାଳିତ ହୋଇଛିି ଗଣେଶ ପୂଜା । ଅଗ୍ରପୂଜ୍ୟ, ବିଘ୍ନରାଙ୍କ ପୂଜା ପାଇଁ ସାରା ଦେଶ ଚଳଚଂଚଳ ହୋଇଉଠିଥିଲା । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ହୋଇିଥିଲା । ମନ୍ଦିରରେ ତଥା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବେଶ୍ ଧୁମଧାମନେ ପାଳିନ ହୋଇଛଇ ଗଣେଶଙ୍କ ପୂଜା ।