କୁଷ୍ଠ ରୋଗୀଙ୍କ ବିଭିନ୍ନ ସମସ୍ୟା ବୁଝିବା ପାଇଁ ଓଡିଶାରେ ପହଞ୍ଚିଲା ଜାପାନର ନିପୋନ ଫାଉଣ୍ଡେସନ !

48

କନକ ବ୍ୟୁରୋ : ଜାପାନର ନିପୋନ ଫାଉଣ୍ଡେସନ, କୁଷ୍ଠ ରୋଗୀଙ୍କ ବିଭିନ୍ନ ସମସ୍ୟା ବୁଝିବାକୁ ଓଡିଶାରେ ପହଁଚିଛି । ଫାଉଣ୍ଡେସନର  ଚେୟାରମ୍ୟାନ ୟାହୋଇ ସାସାକାୱା ଏନେଇ ମୂଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ଦାବି ପତ୍ର ଦେଇଥିଲେ । ଦାବିକୁ ବିଚାରକୁ ନେଇ  କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ର୍ରୁୁତି ଦେଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଷ୍ଟେଟ ଲେପର୍ସି ଅଫିସର ଡ. ବିକେ ସ୍ୱାଇଁ । ଆଗକୁ ଓଡିଶାରେ ଥିବା ହଜାର ହଜାର ଲେପର୍ସି ରୋଗୀ ମାନଙ୍କୁ ବିଭିନ୍ନ ଦିଗରେ ସାହାଯ୍ୟ କରିବା ପାଇଁ ୟାହୋଇ ସାସାକାୱା ମଧ୍ୟ ପ୍ରତିଶ୍ର୍ରୁୁତି ଦେଇଛନ୍ତି ।