ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ ବୁଲେଟ ଟ୍ରେନରେ ବ୍ରେକ୍ ! ଜମି ଅଧିଗ୍ରହଣ ସମସ୍ୟା ପାଇଁ ପ୍ରକଳ୍ପ ଅର୍ଥ ବନ୍ଦ କଲା ଜାପାନ କମ୍ପାନୀ

41

କନକ ବ୍ୟୁରୋ : ମୋଦିଙ୍କ ବୁଲେଟ୍ ଟ୍ରେନ୍ ସ୍ୱପ୍ନରେ ଆଶଙ୍କାର କଳାବାଦଲ । ଦେଶରେ ବୁଲେଟି ଟ୍ରେନ୍ ଗଡ଼ିବ ବୋଲି ସମସ୍ତେ ଆଶା ବାନ୍ଧି ବସିଥିଲେ । କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନ ସତ ହେବ କି ନାହିଁ ବୋଲି ବିଭିନ୍ନ ପ୍ରଶ୍ନ ଉଠୁଛି । ମୋଦିଙ୍କ ବୁଲେଟ୍ ଟ୍ରେନ ପ୍ରକଳ୍ପରେ ମୁସ୍କିଲ ଦେଖାଦେଇଛି । ବୁଲେଟ୍ ଟ୍ରେନରେ ବ୍ରେକ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ ବୁଲେଟ୍ ଟ୍ରେନକୁ ଝଟକା । ଏହି ପ୍ରକଳ୍ପ ପାଇଁ ଅର୍ଥ ଯୋଗାଉଥିବା ଜାପାନ କମ୍ପାନି ଜାପାନ ଇଂଟରନ୍ୟୋସନାଲ ଏଜେନ୍ସି ବୁଲେଟ୍ ଟ୍ରେନ୍ ନେଟୱର୍କ (ଜିକା) ଅର୍ଥ ବନ୍ଧ କରିଦେଇଛି । ଏହି ପ୍ରକଳ୍ପକୁ ନେଇ ଆଗକୁ ବଢ଼ିବା ପୂର୍ବରୁ ଦେଶର କୃଷକଙ୍କ ସମସ୍ୟା ଉପରେ ପ୍ରଥମେ ଧ୍ୟାନ ଦେବା ପାଇଁ ମୋଦି ସରକାରଙ୍କୁ ପରାମର୍ଶ ଦେଇଛି ଜାପାନ୍ ।

first-Bullet-Trains-India

ଏକ ଲକ୍ଷ କୋଟି ଋଣ ଆଣି ହେବାକୁ ଥିବା ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ନିର୍ମାଣ କରିବାର ଯୋଜନା କରିଥିଲେ ମୋଦି ସରକାର । ତେବେ ମହାରାଷ୍ଟ୍ର ଓ ଗୁଜୁରାଟର କୃଷକଙ୍କ ବିରୋଧ ଯୋଗୁଁ ପ୍ରସ୍ତାବିତ ଟ୍ରେନ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଅଧାରେ ଅଟକି ରହିଛି ।  ଏହି ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ କରିଛନ୍ତି । ତେବେ ସେପଟେ ଜାପାନ କମ୍ପାନି ପ୍ରଥମେ ଚାଷୀଙ୍କ ସମସ୍ୟାର ସମ।।ଧାନ କରିବା ପାଇଁ ପରାମର୍ଶ ଦେଇଛି । ସୂଚନାଯୋଗ୍ୟ ୨୦୦୨ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପୁରା ହେବ ବୋଲି ଲକ୍ଷ୍ୟ ଥିଲା । ଏପଟେ ଜାପାନ ଅର୍ଥ ଦେବାକୁ ମନା କରିବା ପରେ ପଶ୍ନ ଉଠୁଛି ଠିକ୍ ସମୟରେ ପ୍ରକଳ୍ପ ତିଆରି ହୋଇପାରିବତ ?

ବୁଲେଟ ଟେନ୍ ପ୍ରକଳ୍ପରେ ସାମିଲ ଦୁଇ ରାଜ୍ୟ ଗୁଜରାଟ ଓ ମହାରାଷ୍ଟ୍ରର କୃଷମ ନିଜ ଜମି ପାଇଁ ଅଧିକ କ୍ଷତିପୂରଣ ଦାବି କରୁଛନ୍ତି । କ୍ଷତିପୂରଣ ବ୍ୟତୀତ କୃଷକମାନେ ଅନ୍ୟ ସର୍ତ୍ତ ମଧ୍ୟ ରଖିଛନ୍ତି । ସରାକର ଉକ୍ତ ଅଚଳରେ ପୋଖରୀ, ସ୍କୁଲ, ସୋଲାର ଲାଇଟ୍, ଗ୍ରାମ୍ୟସ୍ତରରେ ମେଡ଼ିକାଲ ଓ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଦାବି କରୁଛନ୍ତି କୃଷକ ।

ବୁଲେଟ୍ ଟେନ୍ ପ୍ରକଳ୍ପ ପାଇଁ ଜାପାନୀ ଏଜେନ୍ସି ଏବେ ପର୍ଯ୍ୟନ୍ତି ପାଖାପଖି ୧୨୫ କୋଟି ଟଙ୍କା ଜାରି କରିସାରିଛି । ଭାରତ ଓ ଜାପାନ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଏହି ପ୍ରକଳ୍ପକୁ ୨୦୨୨ ପର୍ଯ୍ୟନ୍ତ ପୁରା କରିବା ପାଇଁ ଜାପାନ  ୮୦ହଜାର କୋଟି ଟଙ୍କାର ଯୋଗାଇ ଦେବା ପାଇଁ ଚୁକ୍ତି ହୋଇଥିଲା । ଜିକା ଜାପାନ ସରକାରଙ୍କ ଏକ ଏଜେନ୍ସି । ଏହି ଏଜେନ୍ସି ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସାମାଜିକ ଓ ଆର୍ଥିକ ନୀତିର ନିର୍ଦ୍ଧାରଣ କରିଥାଏ । ୨୦୨୨ସୁଧା ଏହି ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ରଖିଥିଲେ ମୋଦି ସରକାର ।