ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମତିଥୀ ! ଖୋର୍ଦ୍ଧା ରାମେଶ୍ୱରରେ ଅଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମତିଥୀ ! ଖୋର୍ଦ୍ଧା ରାମେଶ୍ୱରରେ ଅଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ

image courtesy -https://updateodisha.com

କନକ ବ୍ୟୁରୋ : ଆଜି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ସୂର୍ଗତ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ଜନ୍ମତିଥି । ୧୯୨୭ ମସିହା ଜାନୁଆରୀ ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଗାଁରେ ଜନ୍ମ ଗ୍ରହଣ କରିଥିଲେ ଏହି ଯୋଗଜନ୍ମା ମହାନ ଜନନାୟକ । ତାଙ୍କ ପିତା ଥିଲେ ଗୋକୁଳା ନନ୍ଦ ପଟ୍ଟନାୟକ । ସାଧାରଣ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିବା ଏହି ମହାନ ପୁରୁଷ ସଫଳତାର ଶୀର୍ଷ ଛୁଇଁଥିଲେ । ଜାନକୀ ବଲ୍ଲବ ଏକାଧାରରେ ଥିଲେ ସମ୍ପାଦକ, ଜନନାୟକ, ସାହିତ୍ୟ ସାଧକ ଓ ସଂସ୍କୃତ ବିଦ୍ୱାନ । ତିନି ତିନି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ସେ ଆସାମର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୪୯ ମସିହାରେ ପ୍ରଜାତନ୍ତ୍ରର ପ୍ରଚାର ସମିତିରେ ଯୋଗ ଦେଇଥିଲେ । ୨୫ ବର୍ଷ ବୟସରେ ଇଂଗ୍ରାଜୀ ଦୈନିକ ଇଷ୍ଟର୍ଣ୍ଣ ଟାଇମସ, ଓଡ଼ିଆ ଦୈନିକ ପ୍ରଜାତନ୍ତ୍ରର ସଂପାଦକ ଥିଲେ ଜାନକୀବଲ୍ଲବ ପଟ୍ଟନାୟକ । ୧୯୭୧ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀ ପରିଷଦରେ ଉପମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

୧୯୭୬ରେ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା ମାସିକ ପତ୍ରିକା ପୌରୁଷ । ଗୌତମ ବୁଦ୍ଧ, ସିନ୍ଧୁ publive-imageଉପତ୍ୟକା, ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ , ସ୍ୱପ୍ନ ଓ ସଙ୍କଳ୍ପ ଆଦି ତାଙ୍କର ସାହିତ୍ୟ ସାଧନାର ସ୍ୱାକ୍ଷର । ମହାକାବ୍ୟ ରାମାୟଣ ଓ ମହାଭାରତର ପୁନର୍ଲିଖନ ସହିତ ସଂସ୍କୃତ ଶ୍ରୀମଦ୍ ଭଗବତର  ସମ୍ପୂର୍ଣ୍ଣ ଗଦ୍ୟାନୁବାଦ ସେ କରିଛନ୍ତି । ଭର୍ତ୍ତୃହରିଙ୍କ ନୀତିଶତକ, ଶୃଙ୍ଗାର ଶତକ ଓ ବୈରାଗ୍ୟ ଶତକ ସଂସ୍କୃତ ଗ୍ରନ୍ଥକୁ ସେ କାବ୍ୟିକ ଅନୁବାଦ କରିଛନ୍ତି । ବୈରାଗ୍ୟ ଶତକ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର  ପାଇଥିଲେ । ୨୦୧୫ ଏପ୍ରିଲ ୨୧ ତାରିଖରେ, ଅକ୍ଷୟ ତୃତୀୟା ପରି ପିବିତ୍ର ଦିନରେ ଏହି ଯୋଗଜନ୍ମା ଜନନାୟକ ଆମ ଗହଣରୁ ବିଦାୟ ନେଇଥିଲେ । କିନ୍ତୁ ତାଙ୍କ କୃତି ଓ କୀର୍ତ୍ତୀ ପାଇଁ ସେ ସବୁଦିନ ଅବିସ୍ମରଣୀୟ ରହିବେ ।

ତେବେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୨ତମ ଜୟନ୍ତୀ ଆସନ୍ତାକାଲି (ବୁଧବାର) ଖୋର୍ଧାସ୍ଥିତ ଜାନକୀବଲ୍ଲଭ ପଟ୍ଟନାୟକ ଉଦ୍ୟାନ ଓ ରାମେଶ୍ୱର ବଗିଚାଠାରେ ପାଳନ କରାଯିବ । ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି, ଖୋର୍ଧା ପକ୍ଷରୁ ଖୋର୍ଧାସ୍ଥିତ ଜାନକୀବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପରିସରରେ ହେବାକୁ ଥିବା ଏହି କାର୍ୟ୍ୟକ୍ରମ ପରିପ୍ରେକ୍ଷୀରେ ସକାଳ ୮ଟାରେ ଏକ ସଭାର ଆୟୋଜନ କରାଯିବ । ଏଥିରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ରାଜନେତା ଓ ଜାନକୀବଲ୍ଲଭପ୍ରେମୀମାନେ ଯୋଗ ଦେବେ । ସେହିପରି ରାମେଶ୍ୱରଠାରେ ରାମେଶ୍ୱର ଜାନକୀ ବଲ୍ଲଭ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା କାର୍ୟ୍ୟକ୍ରମରେ ସକାଳ ୭ଟାରେ ଲେଣ୍ଡୋସ୍ଥିତ ସିଦ୍ଧେଶ୍ୱରଦେବଙ୍କ ପୀଠରୁ ଏକ ଗଣଦୌଡ଼ ଅନୁଷ୍ଠିତ ହେବ। ଏହା ବ୍ୟତୀତ ଦିବସବ୍ୟାପୀ ନାମ ସଂକୀର୍ତନ ସହ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ‘ତପୋବନ’ ନାମରେ ଏକ ସ୍ମରଣିକା ଉନ୍ମୋଚନ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe