ଜମ୍ମୁକାଶ୍ମୀର ନଗରୋଟାରେ ସିଆରପିଏଫ୍ କ୍ୟାମ୍ପ ଉପରକୁ ଆତଙ୍କୀଙ୍କ ଗୁଳିମାଡ : ଯବାନଙ୍କ ଗୁଳିରେ ଟଳିଲେ ୩ ଜଣ ଆତଙ୍କବାଦୀ

314

କନକ ବ୍ୟୁରୋ : ଜମ୍ମୁକାଶ୍ମୀରରେ କଡ଼ା ସୁରକ୍ଷା ବଳୟ ଭିତରେ ଜମ୍ମୁଶ୍ରୀନଗର ହାଇୱେର ନଗରୋଟାରେ ସିଆରପିଏଫ୍ ପୋଷ୍ଟରେ ଗୁଳିମାଡ଼ । ଯବାନଙ୍କ ଗୁଳିରେ ଟଳିଲେ ୩ ଜଣେ ଆତଙ୍କବାଦୀ । ଅନ୍ୟପଟେ ଆତଙ୍କବାଦୀମାନେ ପୁଲିସ ଟିମ୍ ଉପରକୁ ଗୁଳି ଚଳାଇବାରୁ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଆହତ ପୁଲିସ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଜମ୍ମୁକାଶ୍ମୀର ହାଇୱେ ଉପରେ ଯାନବାହନ ଚଳାଚଳକୁ ବନ୍ଦ କରିଦିଆଯାଇଛି ।

୩/୪ଜଣ ଆତଙ୍କବାଦୀ ଶ୍ରୀନଗର ଯାଉଥିବା ବେଳେ ଟୋଲ୍ ପ୍ଲାଜା ନିକଟରେ ପୁଲିସ ଟିମ୍ ସେମାନଙ୍କୁ ଅଟକାଇଥିଲା ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି । ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିବା ଗୋଟାଏ ଟ୍ରକର ଚେକିଂ ସମୟରେ ନଗରୋଟା ବନ୍ ଅଞ୍ଚଳରେ ଥିବା ଟୋଲ୍ ଗେଟ୍ ପାଖରେ ଭୋର୍ ପ୍ରାୟ ୫ଟା ବେଳେ ଗୁଳିକାଣ୍ଡ ଘଟିଥିବା କଥା ଅଧିକାରୀମାନେ କହିଛନ୍ତି । ଗୁଳିଗୋଳା ଫୁଟିବାର ଶବ୍ଦ ଶୁଣିବା ପରେ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ ପୁଲିସ ଟିମ୍ । ଚମ୍ପଟ୍ ମାରିଥିବା ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବାକୁ ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଛି ।

କମ୍ବିଙ୍ଗ୍ ଅପରେସନ୍ ଅନୁଧ୍ୟାନ କରିବାକୁ ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ଫଳରେ ଜମ୍ମୁ- ଶ୍ରୀନଗର ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି ।