କାଶ୍ମୀରରେ ବରଫପାତ : ଧଳା ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର, ବାଟରେ ଅଟକି ରହିଛନ୍ତି ପର୍ଯ୍ୟଟକ

119

କନକ ବ୍ୟୁରୋ : ବରଫ ଚାଦରରେ ଘୋଡାଇ ହୋଇଗଲାଣି ଶ୍ରୀନଗର । ଏବେ ଚାରିଆଡେ ଲାଗି ରହିଛି ବରଫ ପାତ । ପରିବେଶ ଏପରି ହୋଇଛି ଦେଖିଲେ ଲାଗିବ ସତେ ଯେମିତି କିଏ ଗୋଟିଏ ଧଳା ଚାଦର ଶ୍ରୀନଗର ସହର ଉପରେ ଘୋଡାଇ ଦେଇ ଯାଇଛି । ମାଟି ଉପରେ ବରଫର ଆସ୍ତରଣ । ଘର ଉପରେ ଜମିଛି ବରଫ ।

ରାଜପଥ ଘୋଡାଇ ହୋଇ ଯାଇଛି ବରଫର ବହଳିଆ ଆସ୍ତରଣରେ । ଏହା ମଧ୍ୟରେ ବାଟରେ ଅଟକି ରହିଛି ଅନେକ ଗାଡି । ଫଳରେ ଶ୍ରୀନଗର ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ସମସ୍ୟା ବି ବଢିଗଲାଣି । ବରଫ ପାତ ଜୋର ହେବା ସହିତ ବିଜୁଳି କାଟ ହୋଇଛି । ବିଜୁଳି ସେବା ଏବେ ପୁରା ଅଚଳ ହୋଇଛି । ପାଣି ସେବା ବି ମିଳିନି । ପାଣି ଓ ବିଜୁଳି ଅଭାବରୁ ଲୋକେ ହନ୍ତସନ୍ତ ହେଉଛନ୍ତି ।