ରଜୌରୀ ଓ ମେଣ୍ଢର ସେକ୍ଟରରେ ପାକିସ୍ତାନ ପଟୁ ଗୁଳିବର୍ଷା : ମୁହଁତୋଡ଼୍ ଜବାବ ଦେଲା ଭାରତୀୟ ସେନା

235

କନକ ବ୍ୟୁରୋ : ସୁଧୁରୁନି ପାକିସ୍ତାନ । ଶାନ୍ତି ବାର୍ତ୍ତାର ବାହାନା ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ।  ପାକିସ୍ତାନ ପଟୁ ରଜୌରୀ ଓ ମେଣ୍ଢର ସେକ୍ଟରରେ ଗୁଳିବର୍ଷା କରିଛି । ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ହେବା ସହ ସ୍କୁଲଗୁଡିକ ଅନିଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନ ଲଗାତାର ଜମ୍ମୁ-କାଶ୍ମୀରରେ ହିଂସା ସୃଷ୍ଟି କରିବା ପାଇଁ ଲଗାତାର ଚେଷ୍ଟା କରୁଛି । ଅନ୍ୟପଟେ  ପାକିସ୍ତାନର ସମସ୍ତ ଗତିବିଧି ଉପରେ ନଜର ରଖିଛି ସୁରକ୍ଷା ଏଜେନ୍ସି । ସୀମାରେ କିଛି ରବର ବୋଟ ଦେଖିବା ପରେ ସେନା ଆଲର୍ଟରେ ରହିଛି । ଭାରତୀୟ ସେନା ପକ୍ଷରୁ ପାଟ୍ରୋଲିଂ ଆରମ୍ଭ ହୋଇଯାଇଛି । ଅନୁପ୍ରବେଶ ପାଇ ରବର ବୋଟର ବ୍ୟବହାର କରିପାରେ ପାକିସ୍ତାନ ବୋଲି ସୂଚନା ମିଳିଛି । 

ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ଅଧିକାର ଦେଉଥିବା ଧାରା ୩୭୦ ହଟାଯିବା ପରେ ପାକିସ୍ତାନ ଏବେ ହିଂସ୍ର ହୋଇଉଠିଛି । ଭାରତ ବିରୋଧୀ କାର୍ୟ୍ୟକଳାପକୁ ଜୋରଦାର କରିଥିବା ପାକ୍ ସେନା ପକ୍ଷରୁ ଏବେ ସୀମାରେ ଲଗାତାର ଗୁଳିବର୍ଷା ହେଉଛି । ଗତ କିଛି ଦିନରେ ଜମ୍ମୁ କଶ୍ମୀରରେ ପାକ୍ ସେନା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିବର୍ଷା କରୁଛି ।  ତେବେ ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଉଛି ।