ଶ୍ରୀନଗର ଲାଲଚୌକରେ ଆତଙ୍କୀ ଆକ୍ରମଣ : ଗ୍ରେନେଡ଼୍ ମାଡ଼ରେ ୨ ଯବାନ ଆହତ

270

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସିଆରପିଏଫ୍ ଯବାନଙ୍କ ଉପରେ  ଗ୍ରେନେଡ ଆକ୍ରମଣ । ଘଟଣାଟି ଘଟିଛି ଶ୍ରୀନଗରରେ ଥିବା ଲାଲଚୌକର ପ୍ରତାପ ପାର୍କରେ ।  ଏହି ଆକ୍ରମଣ ଘଟଣାରେ ୨ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଆକ୍ରମଣ ପଛରେ କେଉଁ ଗୋଷ୍ଠୀର ହାତ ରହିଛି, ତାହା ଏଯାବତ୍‌  ସ୍ପଷ୍ଟ ହୋଇନାହିଁ । ଏହି ଆକ୍ରମଣରେ ୨ଯବାନଙ୍କ ସମେତ ୨ଜଣ ସ୍ଥାନୀୟ ଲୋକ ମଧ୍ୟ ଆହତ ହୋଇଛନ୍ତି ।

ଘଟଣା ପରେ ଆହତମାନଙ୍କୁ ଚିକିିତ୍ସ‌ା ପାଇଁ ପଠାଯିବା ସହ ଆକ୍ରମଣ ପଛର ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୁଲିସ ।ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅନେକ ଥର ଆତଙ୍କବାଦୀମାନଙ୍କ ପକ୍ଷରୁ ଯବାନମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯା‌ଇଛି  ।

ଉଲ୍ଲେଖଯୋଗ୍ୟ, କିଛି ଦିନ ତ‌ଳେ ଜମ୍ମୁ-କଶ୍ମୀର ପୁଲିସକୁ ଏକ ବଡ଼ ସଫଳତା ମିଳିଥିଲା । ଲସ୍କର-ଇ-ତୋଇବାର ଏକ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ଜୀବନ୍ତ କାବୁ କରିଥିଲା ପୁଲିସ । ଅଭିଯୁକ୍ତର ନାଁ ଶାଜିଦ୍ ଫାରୁଖ୍ ଡାର ବୋଲି ଚିହ୍ନଟ କରାଯାଇଥିବା ବେଳେ ତାକୁ ବାରାମୁଲାରୁ ଗିରଫ କରାଯାଇଥିଲା । ଯେଉଁ ଦିନଠାରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ଉଚ୍ଛେଦ ହୋଇଛି, ସେହିଦିନଠାରୁ ଆତଙ୍କବ‌ାଦୀମାନେ ଆକ୍ରମଣ ପାଇଁ ଅନେକ ଯୋଜନା କରିବା ଆରମ୍ଭ କରିଛନ୍ତି । କିଛି ଯୋଜନାକୁ ଭାରତୀୟ ଯବାନ ପଣ୍ଡ କରିଥିବା ବେଳେ କିଛି ଆକ୍ରମଣରେ ଭାରତୀୟ ଯବାନ ସହିଦ୍ ହୋଇଛନ୍ତି ।

Comments are closed.