ଜାମ୍ମୁ ଓ କାଶ୍ମୀର ବାନ୍ଦିପୋରାରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ : ୨ ଆତଙ୍କବାଦୀ ନିହତ

308

କନକ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀର ବାନ୍ଦିପୋରାରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ସୋମବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଗତକାଲି ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆଜି ସକାଳେ ନିହତ ହୋଇଛି । ଗତକାଲି ଠାରୁ ଆତଙ୍କବାଦୀଙ୍କ ସହ ଏହି ଏନକାଉଣ୍ଟର୍ ଚାଲିଛି । ଆତଙ୍କବାଦୀଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଗୁଳିବିନିମୟ ଚାଲିଥିବା ଲଡୁରା ଗ୍ରାମର ସେ ସ୍ଥାନରେ ତିନି ଜଣ ଆତଙ୍କବାଦୀ ଥିବା କଥା ବିଶ୍ୱାସ କରାଯାଉଛି। ଛାନଭିନ୍ ଅଭିଯାନ ବେଳେ ଆତଙ୍କବାଦୀମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବାରୁ ସେମାନେ ପାଲଟା ଗୁଳି ଚଳାଇଥିଲେ। ଭାରତୀୟ ସେନାର ଚିନାର-କର୍ପସର ଟୁଇଟର୍ ହ୍ୟାଣ୍ଡେଲ୍ ଟୁଇଟ୍ କରିଛି ଯେ ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।