ଜମ୍ମୁ-କାଶ୍ମୀର ବସଷ୍ଟାଣ୍ଡରେ ବିସ୍ଫୋରଣ ! ଛିଡାହୋଇଥିବା ବସରେ ଗ୍ରେନେଡ ମାନ,୧୮ରୁ ଅଧିକ ଲୋକ ଗୁରୁତର

602

କନକ ବ୍ୟୁରୋ : ଜାମ୍ମୁରେ ବଡ ବିସ୍ଫୋରଣ ହୋଇଛି । ବସଷ୍ଟାଣ୍ଡରେ ଛିଡା ହୋଇଥିବା ବସରେ ଧମାକା ହେବା ଫଳରେ ୧୮ ଜଣ ଆହତ ହୋଇଛନ୍ତି । ବସ ଉପରେ ଗ୍ରେନେଡରେ ଆକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ପୋଲିସ ସଂପୃକ୍ତ ଅଚଂଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁୁ ନିଆଯାଉଛି । ଏହି ବିସ୍ଫୋରଣ ଦିନ ପ୍ରାୟ ୧୧ଟା ୩୦ରେ ହୋଇଥିଲା । ଜାମ୍ମୁ-କାଶ୍ମୀର ରାଜ୍ୟ ପରିବହନ ବସରେ ଏହି ବିସ୍ଫୋରଣ ହୋଇଛି । ବସଷ୍ଟାଣ୍ଡରେ ବସ ଛିଡା ହୋଇଥିବା ସମୟରେ ଧମାକା ହୋଇଥିଲା ଓ ଏହି ସମୟରେ କିଛି ଲୋକ ବି ବସ ଭିତରେ ଥିଲେ ।

ବ୍ଲାଷ୍ଟ ହୋଇଥିବା ସ୍ଥାନ ନିକଟରେ ଏକ ଫଳ ବଜାର ରହିଛି । ପୋଲିସ ଏହି ବଜାରର ଲୋକଙ୍କଠାରୁ ମତାମତ ନେଉଛି । ତୁରନ୍ତ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସ୍ଥାନାନ୍ତର କରିଛି ପୋଲିସ । ଏହାବ୍ୟତୀତ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ପୋଲିସ ସିସିଟିଭି ଯାଂଚ କରୁଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏଠାରେ ଗ୍ରେନେଡରେ ହମଲା ହୋଇଛି ଓ ବସ ଭିତରେ ୧୨ରୁ ୧୫ ଲୋକ ଥିଲେ । ଏହି ଘଟଣା ପରେ ସୁରକ୍ଷାକୁ ବଢାଇ ଦିଆଯାଇଛି । ସୂଚନା ଅନୁସାରେ ରାଜ୍ୟ ପରିବହନର ଏକ ବସରେ ଏହି ବିସ୍ଫୋରଣ ଘଟିଛି ।