କନକ ବ୍ୟୁରୋ : ସୁଧୁରୁନି ପାକିସ୍ତାନ୍ । ବାରମ୍ବାର ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପଡ଼ୋଶୀ ଦେଶ । ଆଜି ପୁଣି ଥରେ ଜମ୍ମୁକଶ୍ମୀର ପୁଂଛରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ପାକିସ୍ତାନ । ତେବେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା । ଗତ ଗୁରୁବାର ଦିନ ମଧ୍ୟ ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ପୁଂଛ ଜିଲ୍ଲା ମେଣ୍ଢରରେ ୧୧.୩୦ରେ ପାକିସ୍ତାନ ମୋର୍ଟାର ମାଡ଼ କରିଥିଲ । ଏହାସହ ପାକିସ୍ତାନ ଆଡ଼ୁ ଗୁଳିବର୍ଷା ମଧ୍ୟ ହୋଇଥିଲା ।
ଜମ୍ମୁ-କାଶ୍ମୀରରେ ମୋଦି ସରକାରଙ୍କ ଐତିହାସିକ ପଦକ୍ଷେପ ତଥା ୩୭୦ ଉଚ୍ଛେଦ ପରେ ରକ୍ତଚାଉଳ ଚୋବାଉଛି ପାକିସ୍ତାନ । ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରିବା ସହ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି । ସ୍ଥଳଭାଗରେ ଆତଙ୍କୀକୁ ଅନୁପ୍ରେବେଶ କରାଇବାରେ ବାରମ୍ବାର ବିଫଳ ହେବାପରେ ସମୁଦ୍ର ପଟୁ ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଉଦ୍ୟମ ଚଳାଇଛି । ହେଲେ ସବୁ ସମୟରେ ପାକିସ୍ତାନକୁ ଭାରତୀୟ ସେନା ମୁହଁତୋଡ଼ ଜବାବ ଦେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/jammu-kashmirJammuandKashmirKupwaraencounter-444216100-6-34-5-85_5.jpg)