ଜାମ୍ମୁ-କାଶ୍ମୀରରେ ଭାଙ୍ଗିଲା ବିଜେପି-ପିଡ଼ିପି ମେଂଟ ! ମେହବୁବା ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ବିଜେପି

32

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ଭାଙ୍ଗିଗଲା ମେଂଟ ସରକାର । ପିଡିପିଠାରୁ ସମର୍ଥନ ପ୍ରତ୍ୟାହାର କଲା ବିଜେପି । ଏନେଇ ରାଜ୍ୟପାଳଙ୍କୁ ଅବଗତ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ସମର୍ଥନ ପ୍ରତ୍ୟାହାର କରିବା ପରେ ଜାମ୍ମୁକାଶ୍ମୀର ସରକାର ଅଳ୍ପମତକୁ ଖସି ଆସିଛି । ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଇସ୍ତଫା ଦେଇପାରନ୍ତି । ସମର୍ଥନ ପ୍ରତ୍ୟାହାର ନେଇ ଘୋଷଣା ପରେ ବରିଷ୍ଠ ନେତା ରାମମାଧବ କହିଛନ୍ତି ଜାମ୍ମୁକାଶ୍ମୀରରେ ମେଂଟ ସରକାରରେ ଆଉ ରହିହେବନାହିଁ । ବିଧାନସଭାରେ ଇିଜେପିର ୨୫ଜଣ ସଦସ୍ୟ ଥିବା ବେଳେ ପିଡିପିର ୨୮ ଜଣ ସଦସ୍ୟ ଥିଲୋ ଏବଂ ସଂଖ୍ୟା ଗରିଷ୍ଠତା ପାଇଁ ଦରକାର ଥିଲା ୪୫ ସଦସ୍ୟ । ଆଜି ନୂଆଦିଲ୍ଲୀରେ ଜାମ୍ମୁକାଶ୍ମୀରର ବିଜେପି ନେତାଙ୍କ ସହ ଆଲୋଚନା ପରେ ବିଜେପି ସଭାପତି ଅମିତ ଶାହା ସମର୍ଥନ ପ୍ରତ୍ୟାହାର ନେଇ ନିଷ୍ପତି ନେଇଥିଲେ ।

ଭାରତୀୟ ଜନତା ପାର୍ଟି ଜମ୍ମୁ-କଶ୍ମୀର ସରକାରଙ୍କ ଠାରୁ ନିଜର ସମର୍ଥନ ପ୍ରତ୍ୟାହାର କରିଛି । ଏଥିସହ ରାଜ୍ୟରେ ୩ ବର୍ଷ ଠାରୁ ଆରମ୍ଭ ହୋଇଥିବା ଚାଲୁଥିବା ପିଡ଼ିପି-ବିଜେପି ମେଂଟ ଶେଷ ହୋଇଯାଇଛି । ବିଜେପି ରାଜ୍ୟରେ ରାଜ୍ୟପାଳ ଶାସନ ପାଇଁ ଦାବି କରିଛି । ସୂଚନାଯୋଗ୍ୟ ରମଜାନ ପରେ ଆତଙ୍କ ବିରୋଧୀ ଅପରେସନ ଆରମ୍ଭ ହେବାକୁ ନେଇ କେନ୍ଦ୍ରର ନିଷ୍ପତି ପରେ ଦୁଇଦଳ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଆଜି ଦିଲ୍ଲୀରେ ରାଜ୍ୟର ସମସ୍ତ ବଡ଼ ଦଳର ନେତାଙ୍କ ସହ ବୈଠକ କରିଥିଲେ । ଆଉ ସେଠାରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା । ଆଜି ସନ୍ଧ୍ୟାରେ ହିଁ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ନିଜ ପଦରୁ ଇସ୍ତଫା ଦେବେ । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଜମ୍ମୁ-କାଶ୍ମୀର ମାମଲାରେ ଏକ ବୈଠକ ଡାକିଥିଲେ । ଏହି ବୈଠକରେ ଜମ୍ମୁ-କାଶ୍ମୀର ସରକାରରେ ସାମିଲ ପାର୍ଟିର ସମସ୍ତ ମନ୍ତ୍ରୀ ଓ କିଛି ମୁଖ୍ୟ ନେତାଙ୍କୁ ବୈଠକରେ ଡାକିଥିଲେ ।

ସୂଚନା ଅନୁସାରେ ଅମିତ ଶାହ ଓ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ମେଂଟ ଭାଙ୍ଗିବା ନେଇ ବିଜେପି କହିଛି ପିଡ଼ିପିର ଆଭିମୁଖ୍ୟରେ ବିଜେପି ଅସନ୍ତୁଷ୍ଟ ଥିଲା । ଅସ୍ତ୍ରବିରତି  ସମେତ ଆଉ ଅନେକ ମୁଦ୍ଦା ଉପରେ ଉଭୟ ଦଳଙ୍କର ମଧ୍ୟରେ ମନୋମାଳିନ୍ୟ ଚାଲିଥିଲା । ବିଜେପିର ମହାସଚିବ ରାମ ମାଧବ ଏକ ପ୍ରେସମିଟରେ ପିଡ଼ିପି ସରକାରଙ୍କ ଠାରୁ ସମର୍ଥନ ପ୍ରଥ୍ୟାହର କରିଥିବା ନେଇ ନିଷ୍ପତ୍ତି ଘୋଷଣା କରିଛନ୍ତି ।