କନକ ବ୍ୟୁରୋ : ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟଟର । ଭାରତୀୟ ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ । ଆଜି ସକାଳେ ସୋପିଆନ ଜିଲ୍ଲାର କିଗମ ଅଂଚଳର ଦରମଦୋରା ଠାରେ ଆତଙ୍କବାଦୀ ଓ ଭାରତୀୟ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଦରମଦୋରାରରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଆଜି ସକାଳୁ ଅପରେସନ ଆରମ୍ଭ କରି ଆତଙ୍କୀ ଲୁଚିଥିବା ସ୍ଥାନକୁ ଘେରାବନ୍ଦୀ କରିଥିଲେ ଭାରତୀୟ ଯବାନ । ଆତଙ୍କବାଦୀମାନଙ୍କୁ କାବୁ କରିବାକୁ ତୁରନ୍ତ ଚାରିପଟୁ କର୍ଡନ କରାଯାଇଥିଲା । ଏଥିରେ ୩୩ ରାଷ୍ଟ୍ରୀୟ ରାଇଫଲସ୍, ଜମ୍ମୁର ସ୍ପେସାଲ୍ ଅପରେସନ୍ସ୍ ଗ୍ରୁପ୍ ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ମିଳିତ ଭାବେ ଏହି ଅଭିଯାନ ଆରମ୍ଭ କରିଥିଲା ।
/kanak/media/post_attachments/wp-content/uploads/2019/05/jammu-kashmirJammuandKashmirKupwaraencounter-444216100-6-34-5-85_5-300x187.jpg)
ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଆତଙ୍କବାଦୀମାନେ ଗୁଳି ମାଡ କରିଥିଲେ । ହେଲେ ଯବାନଙ୍କ ପାଲଟା ଗୁଳି ଚାଳନାରେ ଟଳି ପଡିଥିଲେ ଦୁଇ ଆତଙ୍କବାଦୀ । ଏ ପର୍ଯ୍ୟନ୍ତ ନିହତ ଆତଙ୍କବାଦୀମାନଙ୍କର ପରିଚୟ ମିଳିନାହିଁ । ସେମାନଙ୍କ ପରିଚୟ ପାଇବା ପାଇଁ ନିରାପତ୍ତା ବଳ ଉଦ୍ୟମ ଚଳାଇଛନ୍ତି । ସୁରକ୍ଷା କର୍ମୀ ଆତଙ୍କବାଦୀଙ୍କ ଆଡ୍ଡାକୁ ଉଡାଇ ଦେବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଗତକାଲି ବାରମୂଲା ଜିଲ୍ଲାର ବୋନିୟାର ଠାରେ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ସେନା ।