କନକ ବ୍ୟୁରୋ : କଟକଣା ସତ୍ୱେ ତାମିଲନାଡୁରେ ଆୟୋଜିତ ହୋଇଛି ଷଣ୍ଢ ଲଢେଇ । ଜାଲିକାଟ୍ଟୁ ଉପରେ ସୁପ୍ରିମକୋର୍ଟଙ୍କ କଟକଣାକୁ ବେଖାତିର କରି ମଦୁରାଇରେ ଷଣ୍ଢ ଲଢେଇ ଆୟୋଜନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଷଣ୍ଢ ନାକରେ ରଶି, ଗୋଡରେ ଘୁଙ୍ଗୁର ବାନ୍ଧିବା ସହ ଫୁଲମାଳରେ ସଜାଇ ଖୋଲା ପଡିଆରେ ଲଢେଇ ଆୟୋଜିତ ହୋଇଛି । ପୋଲିସର ଉପସ୍ଥିତି ମଧ୍ୟ କିଛି ପ୍ରଭାବ ପକାଇ ପାରିନଥିବା ବେଳେ ଷଣ୍ଢ ଲଢେଇ ଦେଖିବାକୁ ପ୍ରବଳ ଜନସମାଗମ ହୋଇଛି ।

Advertisment

ପୋଙ୍ଗଲରେ ଜାଲିକାଟ୍ଟୁ ଆୟୋଜନ ଉପରେ କଟକଣା ଲଗାଇଥିଲେ ସୁପ୍ରିମକୋର୍ଟ । ତେବେ ଗତକାଲି ଜାଲିକାଟ୍ଟୁକୁ ଅନୁମତି ପ୍ରଦାନ କରିବା ପାଇଁ ତାମିଲନାଡୁର ବିଭିନ୍ନ ସ୍ଥାନରେ ଦେଖା ଦେଇଥିଲା ବିକ୍ଷୋଭ । କିଛି ବିକ୍ଷୋଭକାରୀଙ୍କୁ ଗିରଫ ମଧ୍ୟ କରିଥିଲା ପୋଲିସ । ତାମିଲନାଡୁର ଅନେକ ରାଜନୈତିକ ଦଳ ଜାଲିକାଟ୍ଟୁ ସପକ୍ଷରେ ଥିବା ବେଳେ ପଶୁ ସୁରକ୍ଷା କର୍ମୀ ଏହାକୁ ବିରୋଧ କରୁଛନ୍ତି ।