ସୁନ୍ଦରଗଡ଼ ଜିଲ୍ଲା ପୋଲିସର ସ୍ୱାଗତଯୋଗ୍ୟ ପଦକ୍ଷେପ ! ଲୋକଙ୍କୁ ପ୍ରବଳ ଖରାରୁ ରକ୍ଷା କରିବା ପାଇଁ ଜଳଛତ୍ର ଖୋଲିବା ସହ ବାଣ୍ଟିଲେ ସରବତ 

116

କନକ ବ୍ୟୁରୋ : ତତଲା କଡେଇରେ ଭାଜି ହେଉଛି ସୁନ୍ଦରଗଡ ଜିଲ୍ଲା । ସୁନ୍ଦରଗଡ଼ରେ ତାପମାତ୍ରା ୪୪ ଡିଗ୍ରୀ ଉପରେ । ଅସହ୍ୟ ହେଉଛି ତାତି ଆଉ ଅସମ୍ଭାଳ ହୋଇଯାଉଛି ଜୀବନଯାତ୍ରା । ଲୋକେ ଡହକବିକଳ ହେଉଛନ୍ତି ।  ଗ୍ରୀଷ୍ମର ପ୍ରକୋପ ପ୍ରୋକପକୁ ଦେଖି ଏହି ଜିଲ୍ଲାରେ ୟେଲୋ ଓାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ସକାଳ ୧୦ଟାରୁ ରାସ୍ତାଘାଟ ଶୂନଶାନ ହୋଇ ପଡୁଛି ।ଅନ୍ୟପଟେ ଆଜି ହାଟ ଥିବାରୁ ବାଧ୍ୟ ହୋଇ ପଦାକୁ ଗୋଡ଼ କାଢ଼ିଛନ୍ତି ଲୋକେ । ସପ୍ତାହ ଯାକ ପାଇଁ ହାଟ କରିବାକୁ ଲୋକେ ବାହରକୁ ବାହାରିଛନ୍ତି । ଲୋକେ କେବଳ ଛାଇ ଓ ପିଇବା ପାଣି ଖୋଜୁଥିବା ଦେଖିବାକୁ ମିଳୁଛି । 

ପ୍ରବଳ ଖରାରୁ ପାଣି ଟେପୋ ଯୋଗାଇଦେବା ପାଇଁ ସୁନ୍ଦରଗଡ ପୋଲିସର ଅଭିନବ ପ୍ରୟାସ । ସୁନ୍ଦରଗଡରେ ତାପମାତ୍ର ବୃଦ୍ଧି ପାଇଥିବା ବେଳେ ଆଜି ଟାଉନଥାନା ପୋଲିସ ପକ୍ଷରୁ ଏକ ଜଳଛତ୍ର ଖୋଲାଯାଇଛି । 

ଆଉ ଖରା ପ୍ରକୋପରୁ ଲୋକଙ୍କ ତୃଷା ମେଂଟାଇବା ପାଇଁ ଆଗେଇ ଆସିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ପୋଲିସ୍ । ଟାଣ ଖରାରେ ଶୋଷିଲା ମଣିଷକୁ ପାଣି ଓ ସରବତ ବାଂଟିଛନ୍ତି । ବଡ ଆନନ୍ଦର ସହ ଦହିପାଣି ପିଇ ଶୋଷ ମେଂଟାଉଛନ୍ତି ଶହ ଶହ ଲୋକ ।  ଡିଏସପିଙ୍କ ଠାରୁ ଆରମ୍ଭ କରି ଇନିସ୍ପେକ୍ଟର ପର୍ଯ୍ୟନ୍ତ ସମସ୍ତେ ଲାକଙ୍କୁ ପାଣି ଆଉ ସରବତ ଦେଇ ତୃଷା ମେଂଟାଇଛନ୍ତି ।

ସୁନ୍ଦରଗଡ ଟାଉନ ପୋଲିସର ଏହି ବ୍ୟବସ୍ଥାକୁ ଜନସାଧାରଣ ଭୁୟସି ପ୍ରଶଂସା କରିଛନ୍ତି । କେବଳ ଗୋଟିଏ ଦିନ ପାଇଁ ନୁହେଁ ଖରାର ପ୍ରକୋପ ନକମିବା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଏହି ବ୍ୟବସ୍ଥା ଜାରି ରହିବ । ସମସ୍ତ ହାଟ ଦିନ ମାନଙ୍କରେ ସୁନ୍ଦରଗଡ ଟାଉନ ପୋଲିସ ଏହିଭଳି ସେବା ଯୋଗାଇବ ବୋଲି କହିଛନ୍ତି ସୁନ୍ଦରଗଡ ସଦର ଏସଡିପିଓ ।