ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ଯାଜପୁର ଜେଲ ପାଚେରୀ : ଅଳ୍ପକେ ବର୍ତ୍ତିଲେ ଅନ୍ତେବାସୀ

29

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ଜେଲ ପାଚେରୀ । ଯାଜପୁର ଉପକାରାଗାର ପାଚେରୀ ଭୁଷୁଡ଼ିବା ଯୋଗୁଁ ଅଳ୍ପକେ ବର୍ତିଛନ୍ତି ଅନ୍ତେବାସୀ । ଗତକାଲି ସାରାରାତି ବର୍ଷା ଲାଗି ରହିବା ଫଳରେ ବିଳମ୍ବିତ ରାତିରେ ଜେଲର ବାହାର ପାଚେରୀ ଭୁଷୁଡ଼ି ପଡ଼ିଥିଲା । ତେବେ ସୌଭାଗ୍ୟବଶତଃ କୌଣସି ଅନ୍ତେବାସୀ ବାହାରକୁ ଯାଇନଥିବାରୁ କେହି ଆହତ ହୋଇନାହଁନ୍ତି । ୧୯୧୨ ମସିହାରେ ଯାଜପୁର ଟାଉନ୍‌ ଠାରେ ନିର୍ମାଣ କରାଯାଇଥିବା ଯାଜପୁର ସବ୍‌ଜେଲ ପାଚେରି ଭୁଶୁଡ଼ି ପଡ଼ିଛି । ପାଚେରି ଭୁଶୁଡ଼ି  ଜେଲ ଅନ୍ତେବାସୀଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଉପରେ ପଡ଼ିବାରୁ ଏହା ଭାଙ୍ଗି ଯାଇଛି । ଯଦିଓ ଏହା ପାଚେରି ଭୁଶୁଡ଼ିବା ଯାଗୁଁ କେହି ଜେଲ ଅନ୍ତେବାସୀ ଆହତ ହାଇ ନାହାଁନ୍ତି, ମାତ୍ର ସକାଳୁ ଉଠିବା ପରେ କଏଦୀମାନେ  ଶୌଚାଳୟ ବ୍ୟବହାର କରି ନ ପାରି ନାହଁ ନ ଥିବା ହଇରାଣ ହରକତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ୧୯୧୨ ମସିହାରେ ଯାଜପୁର ସବ୍‌ଜେଲ ନିର୍ମାଣ ସମୟରେ ଯେଉଁ ପାଚେରି ନିର୍ମାଣ କରଯାଇଥିଲା ବର୍ତ୍ତମାନ ସୁଦ୍ଧା ସେହି ପାଚେରି ରହିଛି । ଅପରପକ୍ଷେ ରାସ୍ତା ଉଚ୍ଚା ହେବା ଫଳରେ ଜେଲ କର୍ତ୍ତୃପକ୍ଷ କେବଳ ସେହି ପୁରୁଣା ପାଚେରି ଉପରେ ପଥର ଯୋଡ଼ି ଯୋଡ଼ି ଉଚ୍ଚା କରି ଚାଲିଥିଲେ । ମାତ୍ର ପାଚେରି ଭିତ୍ତିଭୂମି ଦୁର୍ବଳ ଥିବାରୁ ତାହା  ଏହି ଉଚ୍ଚ ପାଚେରିକୁ ସମ୍ଭାଳିବା ସମ୍ଭବ ନ ଥିଲା । ଅପରପକ୍ଷେ ଗତକାଲି ଠାରୁ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଗତକାଳି ବିଳମ୍ବିତ ରାତିରେ ପାଚେରି ଭୁଣୁଡ଼ି ପଡ଼ିଛିି। ବିଳମ୍ବିତ ରାତିରେ ପାଚେରି ଭୁଶୁଡ଼ି ପଡ଼ିବା ଶବ୍ଦରେ ଜେଲର ଆନ୍ତେବାସୀମାନେ  ଭୟ ପାଇ ଉଠି ପଡ଼ିଥିଲେ । ତେବେ ପାଚେରି ଜେଲରେ ଥିବା ପାଇଖାନା ଘର ଗୁଡ଼ିକ ଉପରେ ପଡ଼ିବାରୁ ଏହା ଭାଙ୍ଗିି ଯାଇଛି । ତେଣୁ  ଜେଲରେ ଥିବା କଏଦୀମାନେ  ଶୌଚ ହେବା ନେଇ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି ।