କନକ ବ୍ୟୁରୋ : ବାଦାମ ଓପଡାକୁ ନେଇ ଭୟଙ୍କର ଗଣ୍ଡଗୋଳ । ଟ୍ରାକ୍ଟର ମଡାଇ ଜଣେ ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟ ଜଣେ ଗୁରୁତର ରହିଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ବାଲିଗୁଡା ଗାଁରେ । ମୃତକ ଯୁବକ ଜଣକ ହେଉଛନ୍ତି ସେହି ଗାଁର ଭୀମସେନ ମଲ୍ଲିକ ।
ସେହିପରି ଗୁରୁତର ହୋଇଥିବା ଅକ୍ଷୟ ମଲିକଙ୍କୁ ସଙ୍କଟାପର୍ଣ୍ଣ ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଏହି କାଣ୍ଡ ଘଟାଇଥିବା ତ୍ରୈଲୋକ୍ୟ ସାହୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଯାଜପୁର ସଦର ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଲାଗି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Screen-shot-2017-03-28-at-9.17.32-AM-1.png)