ଲିଫ୍ଟ ମାଗି ଅଡୁଆରେ ପଡିଲେ ଯୁବତୀ ! ନିଜକୁ ବଂଚାଇବାକୁ ବାଇକରୁ ଡେଇଁ ଆହତ, ଯୁବକକୁ କାବୁ କରି ଥାନାରେ ଜିମା ଦେଲେ ସ୍ଥାନୀୟ ଲୋକ

41

କନକ ବ୍ୟୁରୋ : ଲିଫ୍ଟ ମାଗି ଅଡୁଆରେ ପଡିଲେ ଯୁବତୀ । ଆଉ ନିଜକୁ ବଂଚାଇବାକୁ ବାଇକରୁ ଡେଇଁପଡିଥିଲେ । ଏଭଳି ଏକ ଘଟଣା ଘଟିଛି ଯାଜପୁରର ବଡଚଣାରେ । ଜଣେ ଯୁବକଙ୍କ ବାଇକରେ ଯାଉଥିବା ଦୁଇଜଣ ଯୁବତୀ ଅସଦାଚରଣ ଭୟରେ ପ୍ରାଣ ବିକଳରେ ବାଇକରୁ ଡେଇଁ ପଡିଥିଲେ । ଆଉ ଯୁବକଜଣକୁ ଯାଜପୁର ଜିଲ୍ଲା ବଡଚଣା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଚଣ୍ଡିଖୋଲ ବଜାରକୁ ଆସିବା ପାଇଁ ଖୋସାଲିପୁର ରେଳ ଫାଟକ ନିକଟରେ ଜଣେ ବାଇକ ଆରୋହୀଙ୍କୁ ଲିଫ୍ଟ ପାଇଁ ଅନୁରୋଧ କରିଥିଲେ ୨ଜଣ ଯୁବତୀ । ତେବେ ସେଥିରେ ବସିବା ପରେ ଯୁବକ ଜଣକ ତାଙ୍କୁ ଏକ ନିଛାଟିଆ ଯାଗାକୁ ଦ୍ରୁତଗତିରେ ଗାଡି ଚଳାଇ ନେଇଯାଉଥିଲେ । ଯୁବତୀ ଦୁଇଜଣ ଜାଣିପାରି ଗାଡିରୁ ଡେଇଁପଡିବା ଯୋଗୁଁ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଜାଣିପାରି ଯୁବକକୁ କାବୁ କରିଥିଲେ ।ଏହାପରେ ଯୁବକକୁ ବଡଚଣା ପୋଲିସ ଜିମା ଦେଇଥିଲେ ।