ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡିଶା ଫେରନ୍ତାଙ୍କୁ ନେଇ ଯାଜପୁର ଓ କେନ୍ଦ୍ରାପଡାରେ ତନାଘନା : କେନ୍ଦ୍ରାପଡା ଜିଲ୍ଲାପାଳ କହିଲେ ଏକାନ୍ତବାସରେ ଅଛନ୍ତି ଜଣେ, ପରିବାର ଲୋକଙ୍କୁ ପୃଥକବାସ ପାଇଁ ନିର୍ଦ୍ଦେଶ

1,577

କନକ ବ୍ୟୁରୋ : ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡିଶା ଫେରନ୍ତାଙ୍କୁ ନେଇ ଯାଜପୁର ଓ କେନ୍ଦ୍ରାପଡାରେ ତନାଘନା । ଏହି ସମାବେଶରେ ଯୋଗ ଦେଇ ଫେରିଥିବା ଜଣଙ୍କୁ କେନ୍ଦ୍ରପଡାରେ ଚିହ୍ନଟ କରିଛି ଜିଲ୍ଲା ପ୍ରଶାସନ । ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଏହାସହିତ ପରିବାର ଲୋକଙ୍କୁ ହୋମ କ୍ୱାରେଂଟିନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ସମ୍ପୃକ୍ତ ବ୍ୟକ୍ତି ଦିଲ୍ଲୀରୁ ଫେରିବା ପରେ କେଉଁଠିକୁ ଯାଇଥିଲେ ଓ କାହାକାହା ସଂସ୍ପର୍ଶରେ ଆସିଥିଲେ ସେନେଇ ଅନୁସନ୍ଧାନ ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ଯାଜପୁରରେ ମଧ୍ୟ ତନାଘନା ଜାରି ରହିଛି ।

ସେପଟେ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇ ଫେରିଥିବା ଓଡିଆଙ୍କୁ ଖୋଜୁଛି ପୋଲିସ । କେଉଁ ମାନେ ଏହି ସମାବେଶରେ ଯୋଗ ଦେଇ ଓଡିଶା ଫେରିଛନ୍ତି ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପୋଲିସ ଖୋଜୁଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହା ସହିତ ସେମାନଙ୍କୁ ସଙ୍ଗରୋଧରେ ରଖିବାକୁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି । ଗତ ୨୦ତାରିଖରେ ତବଲିଗ୍-ଇ-ଜମାତ ଧାର୍ମିକ ସମ୍ମିଳନୀରେ ୧୫ ଓଡିଆ ସାମିଲ ହୋଇ ଓଡିଶା ଫେରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ।

ଅନ୍ୟପଟେ କରୋନାର କେନ୍ଦ୍ର ସ୍ଥଳ ଭାବେ ଉଭା ହେବା ବରେ ଦିଲ୍ଲୀ ନିଜାମଦୁଦ୍ଦିନ ତବଲିଗ୍-ଇ-ଜମାତକୁ ପୁରା ଖାଲି କରାଯାଇଛି । ଏହା ଭିତରେ ଥିବା ପ୍ରାୟ ୨ହଜାର ଲୋକଙ୍କୁ ବାହାର କରାଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ହସ୍ପିଟାଲକୁ ନିଯାଇଛି । ସେମାନଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭି ହୋଇଥିବା ବେଳେ ୭ଶହ ଜଣଙ୍କୁ କ୍ୱାରେନଟାଇନରେ ରଖାଯାଇଛି ।