ଆଶା ଧୋଇନେଲା କାଳବୈଶାଖୀ ! ଅଦିନିଆ ବର୍ଷା ମାଡରେ ଜମିରେ ସଢ଼ିଗଲା ପରିବା

45

କନକ ବ୍ୟୁରୋ : କାଳବୈଶାଖୀ ବର୍ଷାରେ ଚାଷୀ ସର୍ବସ୍ୱାନ୍ତ । ବିଶେଷ କରି ପନିପରିବା ଚାଷୀ ବିଶେଷ ଭାବେ କ୍ଷତି ସହୁଛନ୍ତି । ଯାଜପୁର ଜିଲାରେ ପନିପରିବା ଚାଷୀ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ପୋଟଳ, ବାଇଗଣ, ଭେଣ୍ଡି ଓ ଜହ୍ମି କିଆରିରେ ବର୍ଷା ପାଣି ଜମିଯିବା ପଂଳରେ ଗଛ ଓ ଫଳ ସଂମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେପଟେ ଏନେଇ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ ଜାରି ରହିଛି ଓ ରିପୋର୍ଟ ଆସିବା ପରେ ସରକାରଙ୍କୁ ଅବଗତ କରାଯିବ ବୋଲି କହିଛି ଉଦ୍ୟାନ ବିଭାଗ ।

ଅଦିନିଆ ବର୍ଷା ଉଜାଡି ଦେଲା ଚାଷୀଙ୍କ ସବୁଦିନିଆ ରୋଜଗାର । କାଳବୈଶାଖୀ ବର୍ଷା ଯୋଗୁଁ ନଷ୍ଟ ହେଲା ଏକର ଏକର ପନିପରିବା ଚାଷ । ମାଟିରେ ମିଶିଛି ସୁନାର ପଂସଲ । ବିଲରେ ପାଣି ଜମି ରହିବାରୁ ଗଛ ପଚି ଯାଇଛି ଯିବା ସହ ପରିବା ନଷ୍ଟ ହୋଇଛି । ବର୍ଷା ଯୋଗୁ ଫସଲ ନଷ୍ଟ ହେବା ପରେ ପେଟପାଟଣା ଚିନ୍ତାରେ ଚାଷୀ ।

କେବଳ ଯାଜପୁର ବ୍ଲକ ନୁହେଁ ଜିଲାର ଦଶରଥପୁର, ରସୁଲପୁର, ବିଂଝାରପୁର, ବରୀ ବ୍ଲକରେ ମଧ୍ୟ ସମାନ ଅବସ୍ଥା । ଖରାଦିନିଆ କାଠ ପଂସଲକୁ ଉଜାଡି ଦେଇଛି କାଳବୈଶାଖୀର ଅଦିନିଆ ବର୍ଷା । ବର୍ଷା ଯୋଗୁଁ କ୍ଷତିର ଭରଣା ପାଇଁ ସରକାରଙ୍କ ନିକଟରେ ଦାବୀ କରିଛନ୍ତି ଚାଷୀ । ସେପଟେ କ୍ଷତିଗ୍ରସ୍ତ ଚାଷ ଆକଳନ କରୁଛି ଜିଲ୍ଲା ପ୍ରଶାସନ । କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଉଦ୍ୟାନ ବିଭାଗ ସହକାରୀ ନିର୍ଦେଶକ । ପ୍ରତିବର୍ଷ ଭଳି ଏ ବର୍ଷ ବି ଅଦିନିଆ ବର୍ଷା ଯୋଗୁଁ ଚାଷୀକୂଳ ପ୍ରଭାବିତ ହୋଇଛି । ଫସଲ ଉଜୁଡି ଯିବା ପରେ ଚିନ୍ତାରେ ଥିବା ଚାଷୀ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ଜରୁରୀ ।