ଯାଜପୁରରେ ଲକଡାଉନ ସମୟରେ ଆସିଲା ବଡ ଚିତ୍ର : ପରିବା ବଜାର ବୁଲି ଲୋକଙ୍କୁ ସଚେତନ କରାଇଲେ ଜିଲ୍ଲାପାଳ, ସେପଟେ ପିପିଲିରେ ଡେଲାଙ୍ଗ ବଜାର ଶୂନଶାନ

1,044

କନକ ବ୍ୟୁରୋ : ପରିବା ମାର୍କଟ ବୁଲି ସଚେତନ କରାଇଲେ ଯାଜପୁର ଜିଲ୍ଲାପାଳ । ନିୟମ ମାନ । ମାନିଲେ ବଂଚିବା । ଏପରି ବାର୍ତା ନେଇ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଯାଜପୁର ସହରରେ ଥିବା ପରିବାର ମାର୍କେଟ ବୁଲି ଲୋକମାନଙ୍କୁ ସଚେତନ କରାଇଛନ୍ତି । ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଜିଲ୍ଲାପାଳଙ୍କ ସହ ପରିବା ମାର୍କେଟରେ ଦୂରତା ବଜାୟ ରଖି ବ୍ୟବସାୟ କରିବାକୁ ପରିବା ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଦୋକାନ ଆଗରେ ତିଆରି ହୋଇଥିବା ବୃତ୍ତରେ ଗ୍ରାହକମାନେ ଛିଡା ହୋଇ କିଣାକିଣି କରିବାକୁ କୁହାଯାଇଛି । ଯେଉଁ ବ୍ୟବସାୟୀ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ପରିବା ବଜାର ସକାଳ ୭ଟାରୁ ୧୧ଟା ଏବଂ ଅପରାହ୍ନ ୩ଟାରୁ୫ ପର୍ଯ୍ୟନ୍ତ ଖୋଲା ରହିବ । ଏହି ନିୟମକୁ ଯାଂଚ କରିବା ପାଇଁ ପୋଲିସ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ।

ସେପଟେ ଲକ ଡାଉନର ପ୍ରଭାବ ଦେଖିବାକୁ ମିଳିଛି ପିପିଲି ଡେଲାଙ୍ଗ ବଜାରରେ । ସମସ୍ତ ଦୋକାନବଜାର ବନ୍ଦ ରହିଛି । ରାସ୍ତା ବି ଖାଁ ଖାଁ ରହିଛି । ଲୋକମାନେ ବୁଲିବାର ଦୃଶ୍ୟ ଦେଖିବାକୁ ମିଳିନାହିଁ । ତେବେ କିଛି ସରକାର ଅଧିକାରୀ ଘରକୁ ଘର ଏବଂ ଗାଁକୁ ଗାଁ ବୁଲି ଭତା ବଂଟନ କରୁଛନ୍ତି ।

ଅନ୍ୟପଟେ ବସ୍ତା ଅଂଚଳରେ ମଧ୍ୟ ମଧ୍ୟ ରାସ୍ତା ଶୁନଶାନ ରହିଛି । ଲୋକେ ଘରୁ ବାହାରୁ ନାହାନ୍ତି । ଲକ ଡାଉନକୁ ନେଇ ବେଶ ସଚେତନ ଅଛନ୍ତି ଲୋକେ । ତେବେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ହିଁ କିଛି ଲୋକ ବାହାରକୁ ବାହାରୁଛନ୍ତି ।