ଯାଜପୁର : ଥାନା ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ

52

କନକ ବ୍ୟୁରୋ : ଥାନା ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ । ଯାଜପୁର ଜିଲ୍ଳା ଜେନାପୁର ଥାନା ଉପରକୁ ବୋମା ମାଡକରି ଫେରାର ହୋଇଯାଇଛନ୍ତି ଦୁର୍ବତ୍ତ । ବୋମାମାଡରେ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ପ୍ରକାଶ ଚନ୍ଦ୍ର ସାହୁ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଶାଳା ଡାକ୍ତଖାନାରେ ଭର୍ତ୍ତି କରାଯିବାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ରାତି ପ୍ରାୟ ୭ଟା ବେଳେ ହଠାତ୍ ଏକ ପ୍ରଚଣ୍ଡ ଶଦ୍ଦହେବାରୁ ସନ୍ଦେହରେ ଥାନା ଅଧିକାରୀ ବାହାରକୁ ଯାଇ ପାଚେରୀ ନିକଟରେ ହୋମଗାର୍ଡ ପ୍ରକାଶକୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାକୁ ଆଣିଥିଲେ । ଘଟଣା ସମ୍ପର୍କରେ ଯାଜପୁର ଏସ ପି ଅବଗତ ଥିଲେ ମଧ୍ୟ ଏସମ୍ପର୍କରେ କିଛି କହିବାକୁ ମନାକରି ଦେଇଛନ୍ତି ।