କନକ ବ୍ୟୁରୋ : ଯାଜପୁର ଜିଲ୍ଳା ଶିକ୍ଷାଧୀକାରୀଙ୍କ ଅଫିସ ସମ୍ମୁଖରେ ଶିକ୍ଷକଙ୍କ ବିକ୍ଷୋଭ । ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଓଡିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମାନ କାମକୁ ସମାନ ଦରମା, କେନ୍ଦ୍ରୀୟ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ଭଳି ୧୧ ଦଫା ଦାବି ନେଇ ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ କୌଣସି ସୁଫଳ ମିଳୁନାହିଁ । ଆଗାମୀ ଦିନରେ ଦାବୀ ପୂରଣ ପାଇଁ ବଡ ଧରଣର ଆନ୍ଦୋଳନର ଚେତାବନୀ ଦେଇଛି ଶିକ୍ଷକ ମହାସଂଘ ।
ଯାଜପୁର : ଶିକ୍ଷାଧୀକାରୀଙ୍କ ଅଫିସ ସମ୍ମୁଖରେ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ
/kanak/media/post_attachments/wp-content/uploads/2017/03/vlcsnap-2017-03-15-16h42m55s636.png)