ପୁଲୱାମା ପରି ଆଉ ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଛି ଜୈଶ୍ ! ଟାର୍ଗେଟରେ ଜମ୍ମୁ-କାଶ୍ମୀରର କାଜିକୁଣ୍ଡା ଓ ଅନନ୍ତନାଗ

Advertisment
ଜାମ୍ମୁକାଶ୍ମୀରରେ ଏବର୍ଷ ନିପାତ ହେଲେଣି ୧୯୧ ଆତଙ୍କବାଦୀ । କିନ୍ତୁ କମୁନି ସଂଖ୍ୟା, ଆତଙ୍କୀ ସଂଗଠନରେ ଯୋଗ ଦେଉଛନ୍ତି ସ୍ଥାନୀୟ ଯୁବକ ।

କନକ ବ୍ୟୁରୋ : ଦେଶକୁ ଦୋହଲାଇ ଦେଇଥିବା ପୁଲୱାମା ଆକ୍ରମଣ । ୪୦ ଜଣ ବୀର ଯବାନଙ୍କୁ ହରାଇଥିଲା ଦେଶ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଜୈଶ୍-ଏ-ମହମ୍ମଦ ପୁଣି ଥରେ ଭାତରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଛି । ଗୁଇନ୍ଦା ସୂତ୍ର ଅନୁସାରେ ଜୈଶ୍୍ ପୁଲୱାମା ପରି ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ ପାଇଁ ଯୋଜନା କରୁଛି । ଜମ୍ମୁ-କାଶ୍ମିରର କାଜିଗୁଣ୍ଡ ଓ ଅନନ୍ତନାଗ ମଧ୍ୟରେ ଏପରି ଆକ୍ରମଣ ଘଟାଇବା ପାଇଁ ଯୋଜନା କରୁଛି ଜୈଶ୍ ।

terrorist image courtesy-https://aajtak.intoday.in

ସୂଚନାଯୋଗ୍ୟ ଜମ୍ମୁ-କାମଶ୍ମୀର ପୁଲୱାମାରେ ୧୪ ଫେବୃୟାରୀରେ ସିଆରପିଏଫ୍ ଯବାନଙ୍କ ବସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିଲେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଆତ୍ମଘାତୀ ଆକ୍ରମଣ ପାଇଁ ଜୈଶ୍ ନିଜକୁ ଦାୟୀ କରିଥିଲା । ଏବେ ଜୈଶର ଆଉ ଏକ ଆକ୍ରମଣ ଯୋଜନା ସୁରକ୍ଷା ଏଜେନ୍ସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦୁଇ ଦିନ ପୂର୍ବରୁ ସୁରକ୍ଷା ଏଜେନ୍ସି ଗୁଡ଼ିକ ଏନେଇ ସତର୍କ କରାଇଛନ୍ତି ।

terrorists image courtesy-http://www.hindustantimes.com

ଚୋରି ହୋଇଥିବା ଏକ ଟାଟାସୁମ ଗାଡ଼ିରେ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ଜୈଶ୍ । ପୁଲୱାମା ପରି ଏହି ଆକ୍ରମଣରେ ଆଇଇଡ଼ିର ବ୍ୟହାର କରାଯାଇପାରେ ବୋଲି ସୂଚନା ମିଳଛି । ସୁରକ୍ଷା ପ୍ରତିଷ୍ଠାନ ଓ ସେନା କିମ୍ବା ସୁରକ୍ଷା ବଳକୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ  । ଆଗାମୀ ୩ରୁ ୪ ଦିନ ଭିତରେ ଭାରତରେ ଆକ୍ରମଣ କରିବାର ଯୋଜନା ରଖିଛି ଜୈଶ୍ ବୋଲି ସୂଚନା ମିଳିଛି   । ଏନେଇ ସୁରକ୍ଷାକର୍ମୀ ମାନଙ୍କମୁ ଆଲର୍ଟ କରାଯାଇଛି । ପୁଲୱାମା ଆକ୍ରମଣ ପୂର୍ବରୁ ମଧ୍ୟ ଆଲର୍ଟ କରାଯାଇଥିଲେ ହେଁ ଏ ଆକମଣ ଘଟାଇବାରେ ସଫଳ ହୋଇଯାଇଥିଲା ଜୈଶ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe